ଓଡିଶା

ଗଜପତି ଜିଲ୍ଲା କୋର୍ଟ ପକ୍ଷରୁ ମାଗଣା ରକ୍ତ ପରୀକ୍ଷା ଶିବିର ଆୟୋଜିତ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ଜିଲ୍ଲା କୋର୍ଟରେ ଏକ ରକ୍ତ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ପ୍ରଣବ କୁମାର ରାଉତରାୟ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଗଜପତି ଜିଲ୍ଲା ନ୍ୟାୟଳୟ ଓ ମୁଖ୍ୟ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ରକ୍ତ ପରୀକ୍ଷା ଶିବିରରେ ଜିଲ୍ଲା କୋର୍ଟର ସମସ୍ତ ବିଚାରପତିଙ୍କ  ସମେତ ଓକିଲ ଓ କୋର୍ଟ କର୍ମଚାରୀ ଉପସ୍ଥିତ ରହି ମାଗଣା ରକ୍ତ ପରୀକ୍ଷା କରାଇଥିଲେ । ଏଥିରେ ପରିବାର ଅଦାଲତର ବିଚାରପତି ସୁବ୍ରତ ମହାନ୍ତି, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ପ୍ରଦୀପ କୁମାର ସାମଲ, ପ୍ରାଧିକରଣ ସଚିବ ରବି ନାରାୟଣ ବେହେରା, କୋର୍ଟ ରେଜିଷ୍ଟର ସତ୍ୟବ୍ରତ ରାଣା, ଉପଖଣ୍ଡିୟ ବିଚାର ବିଭାଗୀୟ ଅଧିକାରୀଣୀ ବର୍ଷା ଶର୍ମା ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ ଶୁଭଜିତ ବେହେରାଙ୍କ ସମେତ ଓକିଲ ସଂଘ ସମ୍ପାଦକ କୃଷ୍ଣମୋହନ ପଟ୍ଟନାୟକ, ବରିଷ୍ଠ ଓକିଲ ଅଶୋକ କୁମାର ପାଣିଗ୍ରାହୀ, ଏଲ କେ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଆୟୋଜିତ ରକ୍ତ ପରୀକ୍ଷା ଶିବିରରେ କୋର୍ଟର ସମସ୍ତ କର୍ମଚାରୀ ଓ ପୋଲିସ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ରହି ନିଜ ନିଜ ରକ୍ତ ପରୀକ୍ଷା କରାଇଥିଲେ ।

ଗଜପତିରୁ ବିବେକାନନ୍ଦ ବେହେରା

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା