ଓଡିଶା କଳା ସଂସ୍କୃତି

ଆଜି ସୂର୍ଯ୍ୟ ପରାଗ। ପରାଗ ସମୟ ଅବଧି କଳା ରଙ୍ଗର ବସ୍ତ୍ର ପରିଧାନ ସମ୍ପୂର୍ଣ୍ଣ ବର୍ଜନୀୟ।

ଚଳିତ ବର୍ଷ ଆଜି ସଂଗଠିତ ହେଉଛି ସୂର୍ଯ୍ୟ ପରାଗ । ବିଜ୍ଞାନ ମତରେ ଗ୍ରହଣ ବା ପରାଗ ଲାଗିବା ସମୟରେ ପେଟରେ କିଛି ଖାଦ୍ୟ ପଦାର୍ଥ ନ ରହିବା ଭଲ। ତେବେ ଏହି ପରାଗର ପାକ ନିଷେଧର ସମୟ ହେଉଛି ୨୪ ଅକ୍ଟୋବର ୨୦୨୨ ସୋମବାର ରାତ୍ରି ୯ ଘଣ୍ଟା ୨୫ ମିନିଟ ରୁ ଆରମ୍ଭ ହେବ ଏବଂ ୨୫ ଅକ୍ଟୋବର ୨୦୨୨ ମଙ୍ଗଳବାର ସନ୍ଧ୍ୟା ୬ଘଣ୍ଟା ୩୨ ମିନିଟରେ ଶେଷ ହେବାକୁ ଯାଉଛି।

ଏହି ପରାଗ ୨୫ ଅକ୍ଟୋବର ମଙ୍ଗଳବାର ଦିନ ୨ ଟା ୨୯ ମିନିଟରେ ଆରମ୍ଭ ହେବ ଓ ସନ୍ଧ୍ୟା ୬ ଟା ୩୨ ମିନିଟ ପରାଗ ଶେଷ ହେବ।ସମ୍ପୂର୍ଣ୍ଣ ଗ୍ରାସ ସମୟ: ଦିନ ୪:୩୧ ମିନିଟ ରେ ଆରମ୍ଭ ହେବ।
ଏବଂ ସନ୍ଧ୍ୟା ୫:୫୭ ମିନିଟରେ ଶେଷ ହେବ।

ପରାଗ ଲାଗୁଥିବା ସମୟରେ କଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହିଁ ଏବଂ ବାହାରକୁବି ବାହରନ୍ତୁ ନାହିଁ।ଏହି ସମୟରେ କେବଳ ଶୁଖିଲା ଖାଦ୍ୟ ବା ଫଳ ମୂଳ ଖାଇବା ଉଚିତ।ଏହି ସମୟରେ କୌଣସି

ଶୁଭ କାମ କରନ୍ତୁ ନାହିଁ କି ଆଲୋଚନା ବି କରନ୍ତୁ ନାହିଁ।ଏହି ସମୟରେ ଠାକୁରଙ୍କ ପୂଜା କରନ୍ତୁ ନାହିଁ।ତେବେ ଏହି ଗ୍ରହଣ ସମୟରେ କିଛି ରାଶିରେ ଖରାପ ପ୍ରଭାଵ ପଡ଼ୁଥିବା ସମୟରେ କିଛି ରାଶିରେ ଭଲ ପ୍ରଭାବ ପଡ଼ିବା ପାଇଁ ଯାଉଛି।ଏହି ୪ ରାଶି ଉପରେ ଶୁଭ ପ୍ରଭାବ ପଡ଼ିବ।ସେହି ରାଶି ମାନେ ହେଉଛନ୍ତି। ବୃଷ ରାଶି,ସିଂହ ରାଶି,ଧନୁ ରାଶି, ମକର ରାଶି।ଏହି ୪ ରାଶି ଯଥା ମେଷ,ମିଥୁନ,କନ୍ୟା,କୁମ୍ଭ ରାଶି ମାନଙ୍କ ପାଇଁ ସାମାନ୍ୟ ରହିବ।କର୍କଟ ରାଶି,ତୁଳା ରାଶି ବିଛା ରାଶି ଓ ମୀନ ରାଶି ପାଇଁ ଏହା ବହୁତ ଅଶୁଭ ରହିବ।ତେବେ ଆପଣ ସତର୍କ ରୁହନ୍ତୁ।

ସୂର୍ଯ୍ୟ ପରାଗ
(୨୫/୧୦/୨୦୨୨ ତାରିଖ ମଙ୍ଗଳବାର କାର୍ତ୍ତିକ କୃଷ୍ଣ ଅମାବାସ୍ୟା)_
ପରାଗ ସ୍ପର୍ଶ👉 ଅପରାହ୍ନ ୦୪ ଘଣ୍ଟ ୫୪ ମିନିଟ ୫୫ ସେକେଣ୍ଡ,
ପରାଗ ସର୍ବମୋକ୍ଷ👉 ସଂଧ୍ୟା ୦୬ ଘଣ୍ଟ ୨୬ ମିନିଟ ୩୦ ସେକେଣ୍ଡ,
ଦେବନୀତି, ପାକକର୍ମ ଇତ୍ୟାଦି ତ୍ୟାଗ
୨୪/୧୦/୨୦୨୨ ତାରିଖ ସୋମବାର କାର୍ତ୍ତିକ କୃଷ୍ଣ ଚତୁର୍ଦ୍ଦଶୀ ରାତ୍ରି ୦୪ ଘଣ୍ଟ ୫୪ ମିନିଟ ୫୫ ସେକେଣ୍ଡ ଠାରୁ ୨୬/୧୦/୨୦୨୨ ତାରିଖ ବୁଧବାର କାର୍ତ୍ତିକ ଶୁକ୍ଳ ପ୍ରତିପଦ ପ୍ରାତଃ ୦୫ ଘଣ୍ଟ ୪୯ ମିନିଟ ୨୪ ସେକେଣ୍ଡ ଯାଏଁ ।
ଦୀପାବଳୀର ପିତୃପୁରୁଷଙ୍କ ଉଦ୍ଧେଶ୍ୟରେ ଦୀପଦାନର କାର୍ଯ୍ୟକ୍ରମ ~

  • ୨୪/୧୦/୨୦୨୨ ତାରିଖ ସୋମବାର କାର୍ତ୍ତିକ କୃଷ୍ଣ ଚତୁର୍ଦ୍ଦଶୀ ସଂଧ୍ୟା ୫ ଘଣ୍ଟ ୩୭ ମିନିଟ ଠାରୁ ସେହି ରାତ୍ରି ୪ ଘଣ୍ଟ ୫୪ ମିନିଟ ୫୫ ସେକେଣ୍ଡ ଯାଏଁ ଅର୍ଥାତ୍ ୨୫/୧୦/୨୦୨୨ ତାରିଖ ମଙ୍ଗଳବାର କାର୍ତ୍ତିକ କୃଷ୍ଣ ଅମାବାସ୍ୟା ପ୍ରାତଃ ୪ ଘଣ୍ଟ ୫୪ ମିନିଟ ୫୫ ସେକେଣ୍ଡ ଯାଏଁ କରିବେ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା