ଓଡିଶା କଳା ସଂସ୍କୃତି

ନର୍କ ବା ଭୁତ ଚତୁର୍ଦଶୀ କଣ ? ଆଜି କାହିଁକି ପାଳନ କରାଯାଏ ଧନ୍ଵନ୍ତରୀ ଜୟନ୍ତୀ ।

ପୌରାଣିକ ମତ ଅନୁଯାୟୀ, ନରକାସୁର ନାମକ ଏକ ଅସୁର ସମସ୍ତ ଦେବତାଙ୍କୁ ହଇରାଣ କରିବାକୁ ଲାଗିଲା। ତାର ଅଲୌକିକ ଶକ୍ତି ହେତୁ ତା ସହ ଲଢ଼ିବା କାହାର ନିୟନ୍ତ୍ରଣରେ ନଥିଲା। ଫଳରେ ଦିନକୁ ଦିନ ନରକାସୁରର ଉତ୍ପୀଡ଼ନ ବୃଦ୍ଧି ପାଇଲା I ତା’ପରେ ସମସ୍ତ ଦେବତା ଭଗବାନ କୃଷ୍ଣଙ୍କ ନିକଟରେ ପହଞ୍ଚିଲେ। ସମସ୍ତ ଦେବତାଙ୍କ ଅବସ୍ଥା ଦେଖି ଶ୍ରୀକୃଷ୍ଣ ସେମାନଙ୍କୁ ସାହାଯ୍ୟ ବାହାରିଲେ I କିନ୍ତୁ ନରକାସୁର ଅଭିଶାପ ପାଇଥିଲI ଯେ ସେ ଜଣେ ମହିଳାଙ୍କ ହାତରେ ମରିବ I ତା’ପରେ ଭଗବାନ କୃଷ୍ଣ ତାଙ୍କ ପତ୍ନୀଙ୍କ ସାହାଯ୍ୟରେ କାର୍ତ୍ତିକ ମାସରେ କୃଷ୍ଣ ପକ୍ଷର ଚତୁର୍ଦଶୀ ତିଥିରେ ତାକୁ ବଦ୍ଧ କରି ଥିଲେ I ନରକାସୁର ର ମୃତ୍ୟୁ ପରେ ସେ ବନ୍ଧକ ରଖିଥିବା ୧୬ ହଜାର ପତ୍ନୀ ମୁକ୍ତ ହୋଇଥିଲେ । ଶ୍ରୀକୃଷ୍ଣ ଙ୍କ ଦ୍ୱାରା ମୁକ୍ତି ପାଇଥିବାରୁ ଏହି ୧୬ ହଜାର ପତ୍ନୀ ଶ୍ରୀକୃଷ୍ଣଙ୍କୁ ନିଜର ସ୍ୱାମୀ ରୂପେ ବରଂ କରିଥିଲେ Iଏହି ୧୬ ଯାହାର ପତ୍ନୀ ଶ୍ରୀକୃଷ୍ଣ ଙ୍କ ପାଟରାଣୀ ରୂପେ ଗଣାଯାଇଥାନ୍ତି I ସେହିପରି ଏହିଦିନ ନରକାସୁର ମରିଥିବାରୁ ଏହି ଚତୁର୍ଦଶୀ ତିଥିକୁ ନର୍କଚତୁର୍ଦଶୀ ବା ଭୁତ ଚତୁର୍ଦଶୀ ବୋଲି କୁହାଯାଇଥାଏ I

ନର୍କ ଚତୁର୍ଦଶୀ ବା ଭୁତ ଚତୁର୍ଦଶୀ ଦୀପାବଳି ପୂର୍ବ ଦିନ ପଡେ I ଏହି ଦିନ ଧନ୍ଵନ୍ତରୀ ଜୟନ୍ତୀ ପାଳନ ହେଉଥିବାରୁ ଏହାକୁ ଧନତେରାସ ମଧ୍ୟ କୁହାଯାଏ I ଏହାକୁ କାଳୀ ଚୋୖଦସ, ବା ଛୋଟି ଦିୱାଲୀ ବୋଲି କୁହାଯାଏ I କାର୍ତିକ ମାସରେ କୃଷ୍ଣ ପକ୍ଷ ଚତୁର୍ଦଶୀ ତିଥିକୁ ନର୍କ ଚତୁର୍ଦଶୀ କୁହାଯାଏ I ଏହିଦିନ ଯମରାଜଙ୍କୁ ପୂଜା କରାଯାଏ।

ଦୀପାବଳିର ଗୋଟିଏ ଦିନ ପୂର୍ବରୁ ନରକ ବା ଭୁତ ଚତୁର୍ଦଶୀ ପାଳନ କରାଯାଏ Iଏହି ଦିନ ଲୋକ ମାନେ ସନ୍ଧ୍ୟା ପରେ ନିଜ ଘର ଦୁଆରମୁହଁରେ ଦକ୍ଷିଣ ଦିଗକୁ ମୁହଁକରି ଅଟାରେ ଦୀପ ତିଆରି କରି ଯମରାଜାଙ୍କ ଉଦ୍ଦେଶ୍ୟରେ ଜଳାଇଥାନ୍ତି ଏବଂ ଯମରାଜ ପୂଜା କରନ୍ତି I ଏହି ସମୟରେ, ଅକାଳ ମୃତ୍ୟୁକୁ ଏଡ଼ାଇବା ପାଇଁ ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରାଯାଏ I

ବିଶ୍ୱାସ ରହିଛି ଯେ ନର୍କ ଚତୁର୍ଦଶୀ ଦିନ ଘରର ମହିଳାମାନେ ଅଟା ନିର୍ମିତ ଚାରି ମୁଖର ଦୀପ ତିଆରି କରି ଏହି ଦିନ ରାତିରେ ଦୀପରେ ତେଲ ଏବଂ ଚାରିଟି ବତୀ ଦେଇ ଜଳାଇଥାନ୍ତି I ଘରର ସବୁଠାରୁ ଗୁରୁଜନ ସଦସ୍ୟ ଏହି ଦୀପ ଜଳାଇ ଥାନ୍ତି ।ଏହି ଦୀପକୁ ପ୍ରଥମେ ଘର କୋଣ ଗୁଡିକ ରେ ବୁଲାଇ ଆଣି ଏହାକୁ ଘରର ଗେଟ ପାଖରେ ଦକ୍ଷିଣ ଆଡକୁ ମୁହଁକରି ରଖି ଦିଆଯାଏ ।ଏହି ସମୟରେ ଘରର ଅନ୍ୟ ସଦସ୍ୟ ମାନେ ଏହାକୁ ଦେଖିବା ଅନୁଚିତ ବୋଲି ନିୟମ ରହିଛି I ଏହି ଦିନ ତିଳ ତେଲରେ ଦୀପ ଜଳାଯାଇଥାଏ I ଏହା ପରେ, ବିଧି ବିଧାନ ମୁତାବକ ପୂଜା କରାଯାଇ ଥାଏ Iଦୀପ ଜାଳିବା ସମୟରେ ଦକ୍ଷିଣଦିଗ ଆଡ କୁ କରି ‘ମିତ୍ରୁନମ୍ ଦାଣ୍ଡପାଶଭାୟମ୍ କାଲେନ୍ ଶ୍ୟାମାୟା ସାହା’ I

ଏହି ମନ୍ତ୍ର ଜପ କରିବା ସମୟ ରେ ତ୍ରୟୋଦୟ ଦୀପଦନତ ସୂର୍ଯ୍ୟଜା ପ୍ରିୟମ ମାମ କହି ‘ପୂଜା କରନ୍ତି। ଏହିଦିନ ଯମରାଜାଙ୍କୁ ପୂଜା କଲେ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି I

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା