ପିଙ୍କୁଙ୍କ ଅକାଳ ବୟୋଗରେ ମ୍ରିୟମାଣ ଗ୍ରାମବାସୀ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍ଏସି ଅଞ୍ଚଳ ମୁଣ୍ଡହତା ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣୀ । ପୋଖରୀରେ ବୁଡି ଜଣେ ଯୁବକଙ୍କ ଅକାଳ ବିୟୋଗ ଘଟିଛି । ସୂଚନା ଅନୁସାରେ, ହିନ୍ଦୋଳ ଏନ୍ଏସି ଅନ୍ତର୍ଗତ ୱାର୍ଡ ନଂ-୨ର ମୁଣ୍ଡହତା ଗ୍ରାମର ଚିତ୍ତ ରଞ୍ଜନ ସ୍ୱାଇଁଙ୍କ ପୁଅ ପିଙ୍କୁ ସ୍ୱାଇଁ (୨୪) ଅପରାହ୍ନରେ ସବୁଦିନ ଭଳି କାମରୁ ଫେରି ନିକଟସ୍ଥ ଜଗନ୍ନାଥ ମନ୍ଦିର ପାଖରେ ଥିବା ଗଡ଼ବନ୍ଧ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବାବେଳେ ସେଠାରେ ତାଙ୍କର ଗୋଡ଼ ଖସିଯିବାରୁ ସେ ପାଣି ଭିତରେ ବୁଡି ଯାଇଥିଲେ । ଖବର ପାଇ ଗ୍ରାମବାସୀ ପିଙ୍କୁଙ୍କୁ ଉଦ୍ଧାର କରି ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ହିନ୍ଦୋଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ତେବେ ପିଙ୍କୁଙ୍କ ଅକାଳ ବିୟୋଗରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ହିନ୍ଦୋଳରୁ ସୁଜିତ କୁମାର ବେହେରା