ଟ୍ରେଣ୍ଟିଂ ଦେଶ ବିଦେଶ

ଆସନ୍ତା ୨୬ରେ ଶପଥ ନେବେ ଖଡଗେ । ସମସ୍ତଙ୍କ ନଜର ଖଡଗେ ନିଜେ ନିଷ୍ପତ୍ତି ନେବେ ନା ଗାନ୍ଧୀ ପରିବାରର ରିମୋର୍ଟ କଣ୍ଟ୍ରୋଲରେ ପରିଚାଳିତ ହେବେ

ଦୀର୍ଘ ୨୪ ବର୍ଷ ପରେ କଂଗ୍ରେସ ନେତୃତ୍ୱର କମାଣ ଯାଇଛି ଜଣେ ଅଣଗାନ୍ଧୀ ପରିବାର ହାତକୁ । କଂଗ୍ରେସର ନୂଆ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ । କଂଗ୍ରେସ ସଭାପତି ନିର୍ବାଚନରେ ଶଶୀ ଥରୁରଙ୍କୁ ମାତ୍ ଦେଇ ଅଧ୍ୟକ୍ଷ ଆସନ ହାତେଇଛନ୍ତି ଖଡଗେ । ବର୍ତ୍ତମାନ ସମସ୍ତଙ୍କ ନଜର, ନୂଆ ସଭାପତି ଭାବେ ଖଡଗେ ନିଜେ ନିଷ୍ପତ୍ତି ନେବେ ନା ଗାନ୍ଧୀ ପରିବାରର ରିମୋର୍ଟ କଣ୍ଟ୍ରୋଲରେ ପରିଚାଳିତ ହେବେ ।

ଆସନ୍ତା ଅକ୍ଟୋବର ୨୬ ତାରିଖରେ ଖଡଗେ ସଭାପତି ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ଖଡଗେ ସୋନିଆ ଗାନ୍ଧୀଙ୍କୁ ଭେଟି ଦଳର ଆଗାମୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିବେ । ଗତ ୧୭ ତାରିଖରେ କଂଗ୍ରେସ ସଭାପତି ପଦ ପାଇଁ ଭୋଟ୍ ଗ୍ରହଣ ହୋଇଥିଲା । ଆଉ ଖଡଗେଙ୍କ ପଛରେ ଗାନ୍ଧୀ ପରିବାରର ହାତ ରହିଥିବାରୁ ସେ ଜିତିବା ଏକପ୍ରକାର ନିଶ୍ଚିତ ହୋଇସାରିଥିଲା ।

ଦୀର୍ଘ ବର୍ଷ ହେଲା କଂଗ୍ରେସ ନିଜ ଅସ୍ତିତ୍ବ ପାଇଁ ଲଢେଇ କରିଆସୁଥିବାବେଳେ ବର୍ତ୍ତମାନ ଖଡଗେ ଦଳର କମାଣ ଧରିଛନ୍ତି । ଏଭଳି ସ୍ଥଳେ ଦଳକୁ କିଭଳି ଆଗକୁ ନେବେ ତାହା ଏବେ ଖଡେଗଙ୍କ ପାଇଁ ବଡ ଚ୍ୟାଲେଞ୍ଜ । ଦଳକୁ ବିପର୍ଯ୍ୟୟରୁ ବାହାର କରିବା, ଲୋକଙ୍କ ନିକଟତର କରି ଆସ୍ଥା ଜିଣିବା, ଦଳର ପୁରୁଣା ଗୌରବ ଫେରାଇ ଆଣିବା ଭଳି ଗୁରୁ ଦାୟିତ୍ୱ ଏବେ ଖଡଗେଙ୍କ କାନ୍ଧରେ ଲଦି ହୋଇପଡିଛି । ସାଧାରଣ ନିର୍ବାଚନକୁ ଦୁଇ ବର୍ଷରୁ କମ୍ ସମୟ ଥିବାରୁ ଖଡଗେଙ୍କ ପାଇଁ ଆଗକୁ ଅଗ୍ନିପରୀକ୍ଷା ରହିଛି । ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଦେଶ ବିଦେଶ ବ୍ୟବସାୟ

କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ଏକ ସାମୂହିକ ପ୍ରୟାସ ହେବା ଆବଶ୍ୟକ: ନିର୍ମଳା ସୀତାରମଣ |

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ, କାରଣ ଟେକ୍ନୋଲୋଜି କ୍ରମାଗତଭାବେ ବିକଶିତ ହେଉଛି ଏବଂ ବଦଳୁଛି
ଦେଶ ବିଦେଶ

କର୍ଣ୍ଣାଟକରେ ଓମିକ୍ରନ୍ ଭୟ: ମଲ୍, ସିନେମା ହଲ୍ ପରିଦର୍ଶନ ପାଇଁ ଦୁଇଟି ଡୋଜ୍ ଜରୁରୀ | ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ନୂତନ ନିୟମ |

କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ ମଲ, ପ୍ରେକ୍ଷାଳୟ ଏବଂ ସିନେମା ହଲ ପାଇଁ ବାଧ୍ୟତାମୂଳକ କରିଛନ୍ତି ଯେ କେବଳ ସେହି ପରିଦର୍ଶକଙ୍କୁ କୋଭିଡ -19 ଟିକା ନେଇଛନ୍ତି।