ମଲ୍ଲିକାର୍ଜୁନ ଖଡଗେଙ୍କୁ ହେଲେ ନୂଆ ଅଧ୍ୟକ୍ଷ

କଂଗ୍ରେସକୁ ମିଳିଲେ ନୂଆ ଅଧ୍ୟକ୍ଷ । ଦୀର୍ଘ ୨୪ ବର୍ଷ ପରେ ଜାତୀୟ କଂଗ୍ରେସକୁ ମିଳିଛି ଅଣ ଗାନ୍ଧୀ ପରିବାରରୁ ଅଧ୍ୟକ୍ଷ । ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମଲ୍ଲିକାର୍ଜୁନ ଖଡଗେ ଦଳର ନୂଆ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଖଡଗେଙ୍କୁ ମିଳିଛି ମୋଟ ୭,୮୯୭ ଖଣ୍ଡ ଭୋଟ । ସେପଟେ ନିର୍ବାଚନରେ ଖଡଗେଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ଶଶୀ ଥରୁରଙ୍କୁ ମାତ୍ର ୧୦୭୨ ଟି ଖଣ୍ଡ ଭୋଟରେ ସନ୍ତୁଷ୍ଟ ହେବାକୁ ପଡିଛି । ଏହି ନିର୍ବାଚନରେ ମୋଟ ୯୫୦୦ ରୁ ଅଧିକ ଡେଲିଗେଟ ଭୋଟ ଦେଇଥିଲେ ।
ଗତ ୧୭ ତାରିଖରେ ହୋଇଥିବା କଂଗ୍ରେସ ସଭାପତି ନିର୍ବାଚନର ଫଳାଫଳ ଆଜି ଆସିଥିବା ବେଳେ ବାଜି ମାରିନେଇଛନ୍ତି ମଲ୍ଲିକାର୍ଜୁନ ଖଡଗେ । ଏହି ନିର୍ବାଚନରେ ପରାସ୍ତ ହୋଇଥିବା ତାଙ୍କ ପ୍ରତିଦ୍ୱନ୍ଦ୍ୱି ଶଶୀ ଥରୁର ଖଡଗେଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ୨୪ ବର୍ଷ ପରେ ଗାନ୍ଧୀ ପରିବାର ବାହାରୁ ଜଣେ ନେତା କଂଗ୍ରେସର ନେତୃତ୍ୱ ନେବେ । ତାଙ୍କୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚିତ କରାଯାଇଛି । ଏହାପୂର୍ବରୁ ସୀତାରାମ କେସରୀ ଅଣଗାନ୍ଧୀ ନେତା ଭାବେ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଥିଲେ ।