ଓଡିଶା ଟ୍ରେଣ୍ଟିଂ

ଆସୁଛି ‘ସିତ୍ରାଙ୍ଗ’ । ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍ଆରସି

ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆଗାମୀ ୨୪ ଘଣ୍ଟାରେ ଲଘୁଚାପ ଓ ୨୨ ତାରିଖ ସୁଦ୍ଧା ଅବପାତରେ ପରିଣତ ହୋଇପାରେ । ଅବପାତ ଘନୀଭୂତ ହୋଇ ବାତ୍ୟା ରୂପ ନେବା ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ । ତେବେ ଏହି ବାତ୍ୟାର ନାଁ ରହିବ ‘ସିତ୍ରାଙ୍ଗ’ । ଏଥର ଥାଇଲାଣ୍ଡ ଏହି ବାତ୍ୟାର ନାମକରଣ କରିଛି ।

ବାତ୍ୟାକୁ ନେଇ ଇସିଏମଡବ୍ଲୁଏଫ୍ ଏବଂ ଜିଏଫ୍ଏସ୍ ମଡେଲ ଭିନ୍ନ ଭିନ୍ନ ତଥ୍ୟ ପ୍ରଦାନ କରୁଛନ୍ତି । ବାତ୍ୟାର ଗତିପଥ ଓ ତିବ୍ରତାକୁ ନେଇ ମଧ୍ୟ ଭିନ୍ନ ଭିନ୍ନ ତଥ୍ୟ ଆସୁଛି । ଇସିଏମଡବ୍ଲୁଏଫ୍ ମଡେଲ ଅନୁସାରେ ବାତ୍ୟା ଆସନ୍ତା ୨୫ ତାରିଖରେ ପାରାଦ୍ୱୀପ, ଚାନ୍ଦବାଲି, ବାଲେଶ୍ୱରରେ ପ୍ରଭାବ ପକାଇପାରେ । ଜିଏଫ୍ଏସ୍ ମଡେଲ ମଧ୍ୟ ସମାନ ପ୍ରକାରର ଆକଳନ କରିଛି । କିନ୍ତୁ ଆଇଏମଡି ଏହାକୁ ନେଇ କୌଣସି ଆକଳନ କରିନାହିଁ । ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ଏଥିରେ ସ୍ପଷ୍ଟତା ଆସିପାରେ ।

ତେବେ ଏଯାଏ ବାତ୍ୟାର ଚିତ୍ର ସ୍ପଷ୍ଟ ହୋଇପାରି ନ ଥିବା ବେଳେ ଏହା କେଉଁ ଦିଗରେ ଗତି କରିବ, ତାହାର ତୀବ୍ରତା କେତେ ରହିବ, କେଉଁଠି ଲ୍ୟାଣ୍ଡଫଲ୍‌ କରିବ ତାହା ସ୍ପଷ୍ଟ ହୋଇପାରିନି । ଆସନ୍ତା ୨୪ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଏହା ସମ୍ଭାବ୍ୟ ବାତ୍ୟା ରୂପ ନେବା ଆକଳନ କରୁଛି ଆଇଏମଡି । ତେବେ ୨୩ ତାରିଖ ସକାଳ ଯାଏଁ ରାଜ୍ୟରେ ବଡ ବର୍ଷାର ସମ୍ଭାବନା ନ ଥିବାରୁ ପାଣିପାଗ ବିଭାଗ ସ୍ପଷ୍ଟ କରିଛି ।

ସେପଟେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏନେଇ ଗତକାଲି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି । ସମ୍ଭାବ୍ୟ ବାତ୍ୟା ଦ୍ୱାରା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍ଆରସି ।

ଆସନ୍ତା ୨୨ରୁ ସମୁଦ୍ରରେ ପବନର ଘଣ୍ଟା ପ୍ରତି ବେଗ ୪୫ ରୁ ୫୫ କିମି ସହ ସର୍ବାଧିକ ଝଟକା ପବନ ୬୫ କିମି ଯାଏଁ ବହିବାର ସମ୍ଭାବନା ରହିଛି । ତେଣୁ ୨୨ ଅକ୍ଟୋବରରୁ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ଯିବାକୁ ମନା କରାଯାଇଛି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା