ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ଏନ୍ଆଇଏର ହାଲ୍ଲାବୋଲ…

ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ହାଲ୍ଲାବୋଲ ଆରମ୍ଭ କରିଛି ନ୍ୟାସନାଲ ଇନ୍ଭେଷ୍ଟିଗେସନ୍ ଏଜେନ୍ସି ତଥା ଏନ୍ଆଇଏ । ଦେଶର ଦିଲ୍ଲୀ, ପଞ୍ଜାବ, ହରିୟାଣା, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶର ୫୦ରୁ ଅଧିକ ଆଡ୍ଡା ଉପରେ ଏନ୍ଆଇଏ ରେଡ୍ କରିଛି । ଏହାଦ୍ବାରା ଭାରତ ଓ ବିଦେଶରେ ଥିବା ଆତଙ୍କବାଦୀ, ଗ୍ୟାଙ୍ଗଷ୍ଟର ଓ ଡଗ୍ସ ତସ୍କରୀକୁ ମୂଳତ୍ପୋଟ କରିବା ହେଉଛି ଏନ୍ଆଇଏର ଉଦ୍ଦେଶ୍ୟ । ଲରେନ୍ସ ବିଷ୍ଣୋଇ, ନୀରଜ ବବାନାଙ୍କ ସମେତ ଅନେକ ଗ୍ୟାଙ୍ଗଷ୍ଟରଙ୍କ ଆଡ୍ଡାରେ ଚଢାଉ ହୋଇଛି ।
ଏହାପୂର୍ବରୁ 12 ସେପ୍ଟେମ୍ବରରେ, ଏନଆଇଏର ନେତୃତ୍ୱାଧୀନ ଏକାଧିକ ଏଜେନ୍ସି ୧୫ଟି ରାଜ୍ୟର ୯୩ ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲେ ଏବଂ ଦେଶରେ ଆତଙ୍କବାଦକୁ ପାଣ୍ଠି ଯୋଗାଇବାରେ ସମ୍ପୃକ୍ତ ଥିବା ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ର ୧୦୬ ନେତା ତଥା କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରିଥିଲେ । ଅଧିକାରୀମାନେ କହିଥିଲେ ଯେ କେରଳରେ ସର୍ବାଧିକ ୨୨ ଜଣ ପିଏଫ୍ଆଇ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଏହାର ସଭାପତି ଓଏମ୍ଏ ସଲାମ ମଧ୍ୟ ଅଛନ୍ତି ବୋଲି ସେ କହିଥିଲେ । ଅଧିକାରୀମାନେ ଏହାକୁ ପିଏଫ୍ଆଇ ବିରୋଧରେ ସବୁଠୁ ବଡ ଅପରେସନ୍ ବୋଲି କହିଥିଲେ ।
ଏତଦ୍ ବ୍ୟତୀତ ଚଳିତବର୍ଷ ଅଗଷ୍ଟରେ ଦିଲ୍ଲୀ ପୋଲିସ ଦୁଇଟି ମାମଲା ଦାୟର କରିଥିଲା । ଏହାପରେ ଯାଞ୍ଚ ନିଜ ହାତକୁ ନେବା ପରେ ଏନ୍ଆଇଏ ରେଡ ଆରମ୍ଭ କରିଥିଲା । ଭାରତ ଓ ବିଦେଶରେ ଆତଙ୍କୀ ଗତିବିଧି ସହ ସଂଶ୍ଲିଷ୍ଟ ଥିବା ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ଏନ୍ଆଇଏ ।