ଓଡିଶା କଳା ସଂସ୍କୃତି

ଆଜି ଗର୍ଭଣା ସଂକ୍ରାନ୍ତି। ଆମ ଓଡିଶାର ଏକ କୃଷି ଭିତ୍ତିକ ପର୍ବ ।

ଆମ ରାଜ୍ୟ ଓଡ଼ିଶା ଏକ କୃଷି ଭିର୍ତିକ ପ୍ରଦେଶ। ଏଠାରେ ପର୍ବପର୍ବାଣି ଗୁଡିକ ଋତୁ, ଧର୍ମ ଓ ସାମାଜିକ ଭିତ୍ତିରେ ପାଳନ କରାଯାଏ । ତନ୍ମଧ୍ୟରୁ ଅନେକ ପର୍ବ କୃଷି ସମ୍ବନ୍ଧିୟ।କାର୍ତିକ (ତୁଳା) ମାସର ସଂକ୍ରାନ୍ତିରେ ପାଳିତ ହୁଏ ଗର୍ଭଣା ସଂକ୍ରାନ୍ତି । ଗର୍ଭ କହିଲେ ଭୃଣକୁ ବୁଝାଯାଏ । ଏହି ସଂକ୍ରାନ୍ତି ବେଳକୁ ଧାନଗଛର ଗର୍ଭରେ ଧାନ କେଣ୍ଡା ବାହାରେ । ଏହି ସମୟରେ ଗର୍ଭଣା ଗଛର ଡାଳକୁ ପୂଜା କରି କ୍ଷେତରେ ପୋତିଲେ ଭଲଫସଲ ହୁଏବୋଲି ପ୍ରବାଦ ରହିଛି ।ଗର୍ଭଣା ଗଛକୁ କେତେକ ସ୍ଥାନରେ ଅଙ୍କରାନ୍ତି ଗଛ ମଧ୍ୟ କହନ୍ତି।ଏହାର ଅନେକ ଔଷଧୀୟ ଗୁଣ ରହିଛି । ଚାଷୀମାନେ ଏହିଦିନ ନିଷ୍ଠାର ସହିତ ପାଳନ କରନ୍ତି। କୃଷକ ସ୍ନାନାଦି କର୍ମସାରି ଗର୍ଭଣା ଗଛର ଡାଳ ଆଣି ବିଧିପୂର୍ବକ ପୂଜା କଲା ପରେ ଧାନ କ୍ଷେତରେ ପୋତି ଦିଅନ୍ତି ଏବଂ ଭଲ ଫସଲ ପାଇଁ ପ୍ରାର୍ଥନା କରନ୍ତି । ଗର୍ଭଣା ସଂକ୍ରାନ୍ତି ଉପରେ ଏକ କୃଷି ବଚନ ଅଛି -ଆଗେ ବୁଣୁ ପଛେ ବୁଣୁ, ଗର୍ଭଣାକୁ ଟୁଣୁଟୁଣୁ । ଅର୍ଥାତ ଏହି ସମୟକୁ ଧାନଗଛ ଗର୍ଭ ଧାରଣ କରିଥାଏ ।

କୃଷି ଭିର୍ତିକ ଅନେକ ପର୍ବ ଅକ୍ଷୟତୃତୀୟା ଠାରୁ ଆରମ୍ଭ କରି ମାର୍ଗଶିର ମାସ ଗୁରୁବାର ପର୍ଯ୍ୟନ୍ତ ପରିବ୍ୟାପ୍ତ। ତେଣୁ କୃଷକମାନେ ସର୍ବଦା ଏହି ଫସଲର ଯତ୍ନ ନେବାକୁ ତତ୍ପର।ଏଥିପାଇଁ ଗର୍ଭଣା ସଂକ୍ରାନ୍ତିଦିନ ଏକ ସ୍ୱତନ୍ତ୍ରଉତ୍ସବ ଅନୁଷ୍ଠିତ ହୋଇ ଥାଏ। ଏହିଦିନ କୃଷକ ପରିବାର ଗୃହ ମଧ୍ୟରେ ନାନା ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ଦେବୀ ଲକ୍ଷ୍ମୀଙ୍କୁ ଭୋଗ ଲଗାଇ ଥାଆନ୍ତି ଏବଂ ଗର୍ଭଣା ଗଛକୁ ପୂଜାକରି ଧାନ କ୍ଷେତରେ ପୋତିଥାନ୍ତି। ବିଶ୍ୱାସ ଅଛି, ଏହି ଗଛ କ୍ଷେତରେ ରହିଲେ ଧାନକ୍ଷେତ ପୋକଜୋକ ତଥା ଫସଲ ନଷ୍ଟକାରୀ କୀଟପତଙ୍ଗଠାରୁ ସୁରକ୍ଷିତ ରହେ ଏବଂ ଉତ୍ତମ ଶସ୍ୟ ଉତ୍ପାଦିତ ହୁଏ।

ଆଜି ସେହି ପବିତ୍ର ତିଥି ଓଡିଶାର ପୁର ପଲ୍ଲୀରେ ପାଳିତ ହେଉଛି ଏହି କୃଷି ଭିତ୍ତିକ ପର୍ବ ପବିତ୍ର ଗର୍ଭଣା ସଂକ୍ରାନ୍ତି। ଯାହା ଆମ ସଂସ୍କୃତି ଲୋକ ପରମ୍ପରା ର ଏକ ମହାନ ପର୍ବ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା