ଓଡିଶା ଟ୍ରେଣ୍ଟିଂ

ହାପି ବାର୍ଥ ଡେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ …

ସାଧା ପୋଷାକ ସାଙ୍ଗକୁ କୋଲ୍ହାପୁରୀ ଚପଲ ହେଉଛି ତାଙ୍କ ଜୀବନଶୈଳୀର ଏକ ପ୍ରମୁଖ ଅଙ୍ଗ । ସରଳ ଓ ନିରାଡମ୍ବର ଜୀବନ ଶୈଳୀ ତାଙ୍କ ବ୍ୟକ୍ତିତ୍ୱକୁ ଚର୍ଚ୍ଚିତ ଓ ଲୋକପ୍ରିୟ କରିଛି । ଦୀର୍ଘ ଦୁଇ ଦଶନ୍ଧୀରୁ ଅଧିକ କାଳ କ୍ଷମତାର କେନ୍ଦ୍ରବିନ୍ଦୁରେ ରହିଥିଲେ ମଧ୍ୟ ନିଜ ଭାବମୂର୍ତ୍ତିକୁ ସାମାନ୍ୟତମ କ୍ଷୂଣ୍ଣ ହେବାକୁ ଦେଇନାହାନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ନବୀନ କେବଳ ଜଣେ ସାଧାରଣ ରାଜନେତା ନୁହଁନ୍ତି, ଦେଶର ରାଜନୀତିରେ ନବୀନ ଏକ ପରିଚିତ ଚେହେରା ।
ଆଜି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ୭୭ତମ ଜନ୍ମଦିନ । ୧୯୪୬ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ଏହି ବର୍ଷିଆନ୍ ରାଜନେତା।

ନବୀନ ପଟ୍ଟନାୟକ କ୍ରମାଗତ ୫ ଥର ମୁଖ୍ୟମନ୍ତ୍ରୀ ଆସନ ହାତେଇଛନ୍ତି । ଦୀର୍ଘ ୨୨ ବର୍ଷ ହେଲା ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଛନ୍ତି । ଲଗାତର ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବାରେ ସେ ହେଉଛନ୍ତି ତୃତୀୟ ଭାରତୀୟ ରାଜନେତା।
ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ୧୯୯୭ ଡିସେମ୍ବର ୨୬ରେ ଗଠନ ହୋଇଥିଲା ବିଜୁ ଜନତା ଦଳ (ବିଜେଡି)। ଏହାର ନେତୃତ୍ୱ ନେଇଥିଲେ ନବୀନ ପଟ୍ଟନାୟକ। ସେହିଦିନଠାରୁ ସଫଳତାର ସହ ଆଗକୁ ଆଗକୁ ଚାଲିଥିଲେ ସେ।

ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ପ୍ରଥମ ଥର ଗଞ୍ଜାମ ଜିଲ୍ଲାର ଆସ୍କା ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ ନବୀନ। ଏହାପରେ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍ ମନ୍ତ୍ରୀ ହୋଇଥିଲେ। ପରବର୍ତ୍ତୀ ସମୟରେ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇ ନବୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏହାପରଠୁ ପ୍ରତି ସାଧାରଣ ନିର୍ବାଚନରେ ବିଜେଡି ସଂଖ୍ୟାଗରିଷ୍ଠତା ଆଧାରରେ ସରକାର ଗଠନ କରିଚାଲିଛି। ଆଉ ଅପରାଜେୟ ରହିଛନ୍ତି ନବୀନ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା