ଓଡିଶା

ରାସୋଳ ଥାନା ଗଣ୍ଡାନଳୀ ନିକଟରେ ସ୍କୁଲ ଗାଡିକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଗଣ୍ଡାନଳୀ ନିକଟରେ ସ୍କୁଲ ଗାଡିକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍ । ଫଳରେ ଜଣେ ଶିକ୍ଷୟତ୍ରୀଙ୍କ ସମେତ ଜଣା ଛାତ୍ର ଗୁରୁତର ଥିବା ସୂଚନା । ସୂଚନା ଅନୁସାରେ ଗଣ୍ଡାନାଳି ଶିଶୁମନ୍ଦିର ଟାଟା ମ୍ୟାଜିକ ଗାଡି ପିଲାଙ୍କୁ ନେଇ ଯାଇଥିବା ସମୟରେ ପଛପଟୁ ଏକ ପିକଅପ୍ ଭ୍ୟାନ୍ ଗାଡିକୁ ଧକ୍କା ଦେଇଥିଲା । ଫଳରେ ଗାଡିରେ ଥିବା ଶିକ୍ଷୟତ୍ରୀ ଉଷାପ୍ରଧାନ ଓ ଜଣେ ଛାତ୍ର ସମ୍ବିତ ସାମଲ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ସ୍ଥାନୀୟଲୋକ ତୁରନ୍ତ ଉଦ୍ଧାର କରି ରାସୋଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ଦୁର୍ଘଟଣା ପରେ ସ୍ଥାନୀୟ ଜନସାଧାରଣ ପୁରୁଣା କଟକ-ସମ୍ବଲପୁର ରାସ୍ତାକୁ ଅବରୋଧ କରିଥିଲେ । ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକ ରହିଥିଲା । ପୁରୁଣା କଟକ ସମ୍ବଲପୁର ରାସ୍ତାରେ ଦୈନନ୍ଦିନ ଦୁର୍ଘଟଣା ଘଟି ମୃତାହତ ହେଉଥିବାରୁ  ପରିବହନ ବିଭାଗ ଏବଂ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ହିନ୍ଦୋଳ ଜନସାଧାରଣ ସରକାରଙ୍କ ନିକଟରେ ଦାବି କରିଛନ୍ତି ।

ଢେଙ୍କାନାଳରୁ ଗୋପବନ୍ଧୁ ବାରିକଙ୍କ ସହ ସୁଜିତ କୁମାର ବେହେରା

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା