କଳା ସଂସ୍କୃତି ଦେଶ ବିଦେଶ

ସମାଧି ନେଲା ଶାକାହାରୀ କୁମ୍ଭୀର ‘ବବିୟା’

ପ୍ରତିଦିନ କୁମ୍ଭୀରଟି ମନ୍ଦିର ବେଢ଼ାକୁ ଆସେ ଏବଂ ଭକ୍ତମାନେ ଯାହା ଦିଅନ୍ତି ଖାଇଦିଏ । କୁମ୍ଭୀରଟି ଚାଉଳ ଏବଂ ଗୁଡ଼ ଖାଇଥାଏ । ହିଂସ୍ର ଜୀବ ହେଲେ ମଧ୍ୟ ସେ ବେଶ୍ ଶାନ୍ତ ପ୍ରଭାବର ଥିଲା । ଏପରିକି ଅନେକ ବିଷେଶଜ୍ଞ ଏହାକୁ ମଗର ପ୍ରଜାତିର ବୋଲି ଜାଣିବା ପରେ ଏହା କିପରି ଶାକାହାରୀ ହୋଇପାରିବ ବୋଲି ଆଚମ୍ବିତ ହୁଅନ୍ତି । ଏହି ପ୍ରଜାତିର କୁମ୍ଭୀରମାନେ ମାଛ ଏବଂ ଅନ୍ୟ ଜୀବ ଖାଇଥାଆନ୍ତି । ତେଣୁ ବବିୟା ଯେ ସମ୍ପୂର୍ଣ୍ଣ ଶାକାହାରୀ ଆଜି ପର୍ଯ୍ୟନ୍ତ ତାହା କେହି ଦମ୍ଭର ସହ କହିନାହାନ୍ତି । ଅପରପକ୍ଷେ ବବିୟା ହିଂସ୍ର ପ୍ରଜାତିର ହୋଇ ମଧ୍ୟ ଭକ୍ତଙ୍କଦ୍ବାରା ପ୍ରଦତ୍ତ ପ୍ରସାଦକୁ ଗ୍ରହଣ କରିବା ସହ ଆଜି ପର୍ଯ୍ୟନ୍ତ କାହାର କ୍ଷତି କରିନଥିବା ସୂଚନା ରହିଛି ।

ହିନ୍ଦୁ ରିତୀନୀତି ଅନୁଯାୟୀ କେରଳ ଆନନ୍ଦପଦ୍ମନାଭ ସ୍ୱାମୀ ମନ୍ଦିରର ଶାକାହାରୀ କୁମ୍ଭୀରକୁ ଭୂସମାଧି ଦିଆଯାଇଛି । କେରଳର କସାରଗଡ ଜିଲ୍ଲାସ୍ଥିତ କୁମ୍ବଲାରେ ଥିବା ଶ୍ରୀ ଅନନ୍ତପଦ୍ମନାଭ ସ୍ବାମୀ ମନ୍ଦିରରେ ଥିବା ହ୍ରଦରେ ରହିଆସୁଥିଲା । ଏହି ଧାର୍ମିକ କୁମ୍ଭୀରଟି ମନ୍ଦିରରେ ପ୍ରସ୍ତୁତ ପ୍ରଦାସ ଖାଇ ବଞ୍ଚୁଥିଲା । ସ୍ଥାନୀୟବାସିନ୍ଦା କୁମ୍ଭୀରକୁ ଶ୍ରଦ୍ଧାରେ ‘ବବିୟା’ ବୋଲି ସମ୍ବୋଧନ କରୁଥିଲେ । କୁହାଯାଏ 1945 ମସିହାରେ ବ୍ରିଟିସ୍ ସୈନ୍ୟମାନେ କୁମ୍ଭୀରକୁ ଗୁଳି କରିଥିଲେ । ଆଉ ତା ପରଠାରୁ ବିବିୟାର ପୁର୍ନଜନ୍ମ ହୋଇଛି ବୋଲି ବିଶ୍ବାସ ରହିଛି । ଏପରିକି ବିବିୟାକୁ ପ୍ରଭୁ ପଦ୍ମନାଭଙ୍କ ବାର୍ତାବହ ବୋଲି ଅନେକ ଭାବନ୍ତି ।

ଗତ କିଛିଦିନ ହେଲା କୁମ୍ଭୀରଟି ଅସୁସ୍ଥ ଥିଲା । କୁମ୍ଭୀରଟିକୁ ମାଙ୍ଗାଲୋରୁରେ ଥିବା ଏକପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ନିଆଯାଇ ଚିକିତ୍ସା କରାଯାଇଥିଲା । ପରେ ତାକୁ ନେଇ ସେହି ହ୍ରଦରେ ଛଡ଼ାଯାଇଥିଲା । ମାତ୍ର ଗତ ରବିବାର ରାତିରେ ବିବିୟାର ମୃତଦେହ ଠାବ କରାଯାଇଥିଲା । କୁମ୍ଭୀରର ବୟସ ୭୫ ବର୍ଷ ଉପରେ ହେବ ବୋଲି ଅନୁମାନ କରାଯାଇଛି । କୁମ୍ଭୀରକୁ ସମ୍ମାନ ଜଣାଇ ତାର ଅନ୍ତିମ ସଂସ୍କାର ହିନ୍ଦୁ ରିତୀନୀତି ଅନୁଯାୟୀ ମନ୍ଦିର କମିଟିଦ୍ବାରା କରାଯାଇ ବବିୟାକୁ ଶେଷ ବିଦାୟ ଦିଆଯାଇଛି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଦେଶ ବିଦେଶ ବ୍ୟବସାୟ

କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ଏକ ସାମୂହିକ ପ୍ରୟାସ ହେବା ଆବଶ୍ୟକ: ନିର୍ମଳା ସୀତାରମଣ |

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ, କାରଣ ଟେକ୍ନୋଲୋଜି କ୍ରମାଗତଭାବେ ବିକଶିତ ହେଉଛି ଏବଂ ବଦଳୁଛି
ଦେଶ ବିଦେଶ

କର୍ଣ୍ଣାଟକରେ ଓମିକ୍ରନ୍ ଭୟ: ମଲ୍, ସିନେମା ହଲ୍ ପରିଦର୍ଶନ ପାଇଁ ଦୁଇଟି ଡୋଜ୍ ଜରୁରୀ | ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ନୂତନ ନିୟମ |

କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ ମଲ, ପ୍ରେକ୍ଷାଳୟ ଏବଂ ସିନେମା ହଲ ପାଇଁ ବାଧ୍ୟତାମୂଳକ କରିଛନ୍ତି ଯେ କେବଳ ସେହି ପରିଦର୍ଶକଙ୍କୁ କୋଭିଡ -19 ଟିକା ନେଇଛନ୍ତି।