ଓଡିଶା

ନାମାଙ୍କନ ଭରିଲେ ସୂର୍ଯ୍ୟବଂଶୀ ସୂରଜ । କଂଗ୍ରେସ- ବିଜେଡିର ପ୍ରାର୍ଥୀ କିଏ ତାକୁ ନେଇ ଚର୍ଚ୍ଚା …

ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ଦିବଂଗତ ବିଷ୍ଣୁସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ । ଆଜି ସେ ଭଦ୍ରକ ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି । ଏହି ସମୟରେ ବିଜେପିର ତୁଙ୍ଗ ନେତାଙ୍କ ସମେତ ତାଙ୍କ ଭଉଣୀ ଉପସ୍ଥିତ ଥିଲେ । ସୂରଜ ନାମାଙ୍କନ ଦାଖଲ କରିବାବେଳେ ତାଙ୍କ ସହ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବରିଷ୍ଠ ବିଜେପି ନେତା ମନମୋହନ ସାମଲଙ୍କ ସମେତ ଦଳର ଅନ୍ୟ ନେତା ଉପସ୍ଥିତ ଥିଲେ ।

ନାମାଙ୍କନ ଭରିବା ପୂର୍ବରୁ ସୂର୍ଯ୍ୟବଂଶୀ ପୈତୃକ ଗାଁ ତିହିଡି ମଙ୍ଗରାଜପୁର ଓ ଭଦ୍ରକସ୍ଥିତ କୁଆଁସ ବାସଭବନରେ ବାପାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଗାଁ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ନାମାଙ୍କନ ଭରିବା ପରେ ବାପାଙ୍କ ପରି ନିଜ ଅଞ୍ଚଳବାସୀଙ୍କ ପାଇଁ କାମ କରିବା ସହ ସେମାନଙ୍କ ସମସ୍ୟାକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ସୂର୍ଯ୍ୟବଂଶୀ ସୂରଜ ।

ଆଉ ଏବେ ନଜର ବିଜେଡି ଓ କଂଗ୍ରେସର ପ୍ରାର୍ଥୀ କିଏ ହେବେ । ଏହାରି ଭିତରେ ଆଜି କଂଗ୍ରେସ ପ୍ରାର୍ଥଙ୍କ ନାମ ଘୋଷଣା କରିବ ବୋଲି କହିଛି । କଂଗ୍ରେସର ଧାମନଗର ଉପନିର୍ବାଚନ କମିଟିରେ ନାଁ ଚୂଡାନ୍ତ ହୋଇ ଏଆଇସିସିକୁ ନାଁ ପଠାଯାଇଛି । ସ୍ଥାନୀୟ ଅଂଚଳର ବ୍ୟକ୍ତିକୁ ହିଁ ପ୍ରାର୍ଥୀ କରାଯିବ ବୋଲି କଂଗ୍ରେସ ସଙ୍କେତ ଦେଇଛି । ଦଳ ଏକାଠି ହୋଇ ଲଢିବ ଓ ବିଜେଡିକୁ ଟକ୍କର ଦେବ ବୋଲି ପିସିସି ସଭାପତି କହିଛନ୍ତି ।

ଅପରପକ୍ଷେ ବିଜେଡିରୁ କିଏ ପ୍ରାର୍ଥୀ ହେବ ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ । ନିକଟରେ ଭଦ୍ରକ ସାଂସଦଙ୍କ ସ୍ବାମୀ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଆଶାୟୀ ଥିବା ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ସେଥିରେ ଦଳ ପକ୍ଷରୁ ବିରାମ ଦିଆଯାଇଛି । ତେବେ ଦଳ କାହା ଉପରେ ଉରସା ଦେଖାଇବ ତାକୁ ନେଇ ସସପେନ୍ସ ଜାରି ରହିଛି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା