ଓଡିଶା

ଓଏଏସ୍ ପରୀକ୍ଷାରେ ୩୪ତମ ସ୍ଥାନ ଅକ୍ତିଆର କଲେ ସ୍ୱାହା ମହାନ୍ତି

ଓଏଏସ୍ ପରୀକ୍ଷାରେ ଜଗତସିଂହପୁରର ଝିଅ ସ୍ୱାହା ମହାନ୍ତି ୩୪ତମ ସ୍ଥାନ ଅକ୍ତିଆର କରି ଜିଲ୍ଲା ପାଇଁ ଆଣିଛନ୍ତି ଗର୍ବ ଏବଂ ଗୌରବ । ଗୋପଳସାଗର ଅଞ୍ଚଳର ସ୍ବର୍ଗତ ମନୋଜ କୁମାର ମହାନ୍ତି ଓ  ଗୀତାଞ୍ଜଳି ମହାନ୍ତିଙ୍କର କନ୍ୟା ହେଉଛନ୍ତି ସ୍ବାହା । ଭୁବନେଶ୍ୱର ସ୍ଥିତ ଓୟୁଏଟି ବିଶ୍ୱ ବିଦ୍ୟାଳୟରୁ ୨୦୧୮ରେ କୃଷି ବିଜ୍ଞାନରେ ସ୍ନାତକୋତ୍ତର ହାସଲ କରିବା ପରେ OAS ପାଇଁ ସେ ପ୍ରସ୍ତୁତି ଆରମ୍ଭ କରିଥିଲେ । ତାଙ୍କର ଏହି ସଫଳତାରେ ତାଙ୍କ ପରିବାର ଓ ଆତ୍ମୀୟ ସ୍ବଜନ ବେଶ୍ ଗର୍ବିତ ବୋଲି କହିଛନ୍ତି । ଏହି ଅଵସରରେ ଜଗତସିଂହପୁର ସାରସ୍ୱତ ପରିଷଦର ସଭାପତି ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ଗୋପାଳସାଗର ସ୍ଥିତ ତାଙ୍କ ବାସଭବନରେ ପହଞ୍ଚି ସ୍ବାହାଙ୍କୁ ପୁଷ୍ପଗୁଚ୍ଛ ସହ ଉତ୍ତରୀୟ ପ୍ରଦାନ କରି ତାଙ୍କର ଉତ୍ତୋରତ୍ତର ଉନ୍ନତି କାମନା କରିଛନ୍ତି । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଶିକ୍ଷାବିତ୍ତ ସୋମନାଥ ସ୍ଵାଇଁଙ୍କ ସମେତ ଅନ୍ୟ ଅତିଥିଗଣ ଉପସ୍ଥିତ ରହି ତାଙ୍କୁ ଶୁଭାଶିଷ ଜଣାଇଛନ୍ତି ।

ଜଗତସିଂହପୁରରୁ ଶ୍ରୀରାଜ ସାହୁ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା