ମା ମରିଚେଇ । ଶ୍ରୀକ୍ଷେତ୍ରର ଅଷ୍ଟଚଣ୍ଡୀମାନଙ୍କ ଭିତରୁ ଅନ୍ୟତମ ମା ମରିଚେଇଙ୍କ ମନ୍ଦିର ।

ଶ୍ରୀମନ୍ଦିର ଠାରୁ ଶ୍ରୀ ଗୁଣ୍ଡିଚା ମନ୍ଦିର ଯିବା ରାସ୍ତାରେ ଆମର ଡାହାଣ ପଟରେ ମରିଚିକୋଟ ର ମରିଚି ଠାକୁରାଣୀ ଙ୍କ ମନ୍ଦିର ଦୃଷ୍ଟିଗୋଚର ହୋଇଥାଏ। ରାସ୍ତା ରୁ ମା ଙ୍କ ଦର୍ଶନ ହୋଇ ପାରୁଥିଲେ ହେଁ ଭିତରକୁ ଯାଇ ମା ଙ୍କୁ ପାଖରୁ ଦର୍ଶନ କରିବାରେ ଅପୂର୍ବ ଆନନ୍ଦ ମିଳିଥାଏ। ମା ଙ୍କ ମନ୍ଦିର ର ପାର୍ଶ୍ୱ ଦେବାଦେବୀ ଭାବରେ ବରାହୀ,ଗଣେଶ ଏବଂନରସିଂହୀ ବିଦ୍ୟମାନ ।ମା ଙ୍କ ମନ୍ଦିର ପରିସର ରେ ନବ ଦୁର୍ଗା, ଦଶ ମହାବିଦ୍ୟା, ମହାଦେବ, ମହାବୀର ଆଦି ଦେବା ଦେବୀ ମାନେ ମଧ୍ୟ ପୂଜା ପାଉଛନ୍ତି।
ଚନ୍ଦନ ଯାତ୍ରା ଆଦି ଅନେକ ନୀତିରେ ଶ୍ରୀମନ୍ଦିରର ଚଳନ୍ତି ବିଗ୍ରହଙ୍କ ବାହାର ବିଜେ ସମୟରେ ଏଠାରେ ପନ୍ତିଭୋଗ ନିବେଦନ କରାଯାଇଥାଏ। ଶୀତଳ ଷଷ୍ଠୀ ପରଦିନ ଗୁଆଲି ଯାତ୍ରା ରେ ମଧ୍ୟ ପଞ୍ଚ ମହାଦେବ ଙ୍କୁ ଏଠାରେ ପନ୍ତିଭୋଗ ନିବେଦନ କରାଯାଇଥାଏ ଏଠାରେ ଏହି ମା’ ଙ୍କ ନାମରେ ଶ୍ରୀଜୀଉଙ୍କ ପାଖରେ ମରିଚି ଲଡୁ ଭୋଗ ନାମିତ ହୋଇଥିବା ଅନେକ ଗବେଷକ ମତ ଦିଅନ୍ତି।