ଓଡିଶା କଳା ସଂସ୍କୃତି

ଆଜି ନବରାତ୍ରି ପୂଜାର ଅନ୍ତିମ ଦିନ । ଦେବୀ ଦୁର୍ଗା ଆଜି ସିଦ୍ଧିଦାତ୍ରୀ ରୂପରେ ଭକ୍ତଙ୍କୁ ଦର୍ଶନ ଦେବେ ।

ଆଜି ନବରାତ୍ରି ପୂଜାର ଅନ୍ତିମ ଦିନ । ସିଦ୍ଧିଦାତ୍ରୀ ରୂପରେ ଭକ୍ତମାନେ ଆଜି ମାଆ ଦୁର୍ଗାଙ୍କୁ ଭକ୍ତି ଅର୍ପଣ କରିବେ । ସାରା ଦେଶରେ ଥିବା ଶକ୍ତିପୀଠଗୁଡିକରେ ମା ଦୁର୍ଗାଙ୍କ ନବ ରାତ୍ର ପୂଜା କରାଯାଇଛି । ଆଜି ହେଉଛି ପୂଜାର ଅନ୍ତିମ ଦିନ । ୯ବମୀ ତିଥିରେ ଦେବୀ ସିଦ୍ଧିଦାତ୍ରୀଙ୍କୁ ପୂଜା କରାଯାଏ । ଯେହେତୁ ନବରାତ୍ରୀରେ ଦେବୀଙ୍କର ନଅ ଦିନର ଉପବାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ ୯ ଦିନର ଅନ୍ତିମ ଦିନ ହେଉଛି ୯ବମୀ ତିଥି । ଏହି ସମୟରେ ମାଙ୍କର ୯ପ୍ରକାର ପୂଜାର ବ୍ରତ ରଖିଲେ, ମନଷ୍କାମନା ପୁରଣ ହୁଏ ବୋଲି ବଶ୍ୱାସ ରହିଛି । ଜୀବନରେ ସୁଖ ସମୃଦ୍ଧି ଆଣିଦିଏ ଏହି ପୂଜା । ତେବେ ଏହି ପୂଜା କରିବାରେ ବିଭିନ୍ନ ନୀତି ନିୟମ ରହିଛି । ୯ ଦିନ ବ୍ୟାପି ହେଉଥିବା ଏହି ପୂଜାରେ ମା ଦୁର୍ଗାଙ୍କୁ ବିଭିନ୍ନ ରୂପରେ ପୂଜା କରାଯାଏ ବା ଏହାକୁ ନବଦୁର୍ଗା ପୂଜା ବୋଲି ମଧ୍ୟ କୁହାଯାଏ । ମା ଦୁର୍ଗତି ନାସିନୀଙ୍କ ଏହି ୯ଟି ରୂପ ଗୁଡିକ ହେଲା ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚିତ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ, ସିଦ୍ଧିଦାତ୍ରୀ ।ପ୍ରଥମ ତିନି ଦିନରେ ମାଙ୍କୁ ଦୁଷ୍ଟ ବିନାଶିନୀ ଦୁର୍ଗା ତଥା କାଳୀ ରୂପରେ ପୂଜା କରାଯାଇଥାଏ । ମଝି ତିନି ଦିନରେ ମାଙ୍କୁ ଧନଧନ୍ୟ ତଥା ସମ୍ପଦର ଦେବୀ ଲକ୍ଷ୍ମୀଙ୍କ ରୂପରେ ପୂଜା କରାଯାଏ । ସେହିପରି ଶେଷ ୩ ଦିନରେ ମା ବିଦ୍ୟାଦାତ୍ରୀ ସରସ୍ୱତୀ ଭାବେ ପୂଜା ପାଇଥାନ୍ତି । ନବରାତ୍ରୀର ଶେଷ ଦିନରେ ବିଜୟା ଦଶମୀ ପାଳିତ ହୋଇଥାଏ ।

ପୁରାଣରେ ବର୍ଣ୍ଣିତ ଭଗବାନ ଶିବ କଠିନ ତପସ୍ୟା କରି ମା’ ସିଦ୍ଧିଦାତ୍ରୀଙ୍କ ଠାରୁ ସିଦ୍ଧି ପ୍ରାପ୍ତ କରି ଥିଲେ। ଏହା ସହ ମା’ ସିଦ୍ଧିଦାତ୍ରୀଙ୍କ କୃପାରୁ ମହାଦେବ ଙ୍କ ଅଧା ଶରୀର ଦେବୀଙ୍କ ସ୍ଵରୂପ ହୋଇଯାଇଥିଲା। ମହାଦେବ ଅର୍ଦ୍ଧନାରୀଶ୍ଵର ରୂପରେ ପୂଜା ପାଇଥିଲେ। ନବରାତ୍ରୀର ନବମ ଦିନରେ ସିଦ୍ଧିଦାତ୍ରୀଙ୍କ ପୂଜା ନବାନ୍ନ ପ୍ରସାଦ, ନବରସ ଯୁକ୍ତ ଭୋଜନ ଏବଂ ନଅ ପ୍ରକାରର ଫଳ ଫୁଲ ଆଦି ଅର୍ପଣ କରି ସମାପନ କରାଯାଏ।

ମାଆ ସିଦ୍ଧିଦାତ୍ରୀଙ୍କୁ ପୂଜାକଲେ କଣ ଫଳ ମିଳେ ଜାଣନ୍ତୁ…

ନବରାତ୍ରୀଙ୍କ ଅନ୍ତିମ ଦିନ ବେଶ୍ ଗୁରୁତ୍ୱ ରଖେ । ଏହି ଦିନରେ ମହିଷାଶୁର ବଦ୍ଧ କରିଥିଲେ ମା ଦୁର୍ଗା । ସିଦ୍ଧର ଅର୍ଥ ହେଉଛି ସିଦ୍ଧତା ଏବଂ ଧତ୍ରୀର ଅର୍ଥ ହେଉଛି ଦାତା । ଯାହାର ଅର୍ଥ ହେଉଛି ସଫଳତାର ଦେବୀ । ଯିଏ ନିଜ ଭକ୍ତମାନଙ୍କୁ ସିଦ୍ଧତା ସହିତ ଆଶୀର୍ବାଦ କରିନ୍ତି । ଦେବୀ ଜ୍ଞାନକୁ ମଧ୍ୟ ବୁଝାଏ । ତାଙ୍କ ଭକ୍ତଙ୍କୁ ହୃଦୟରୁ ସିଦ୍ଧତା, ସୁଖ ଏବଂ ଶୁଦ୍ଧତା ହାସଲ କରିବାରେ ସାହାର୍ଯ୍ୟ କରେ । ତେବେ ଦେବୀ ସିଦ୍ଧଦାତ୍ରୀ ନୀଳ ରଙ୍ଗକୁ ଅଧିକ ପସନ୍ଦ କରୁଥିବାରୁ ତାଙ୍କର ରଙ୍ଗ ହେଉଛି ନୀଳ । ମା ସିଦ୍ଧିଦାତ୍ରୀ ହେଉଛନ୍ତି ପାର୍ବତୀଙ୍କ ଅବତାର । ତାଙ୍କ ବାହାନ ସିଂହ । ଏବଂ ସେ ପଦ୍ମ ଫୁଲକୁ ପସନ୍ଦ କରିଥାନ୍ତି । ତାଙ୍କର ୪ ଟି ଭୂଜା ରହିଛି ।

ମା ସିଦ୍ଧିଦାତ୍ରୀ ପୂଜା ପଦ୍ଧତିି ଏବଂ କଣ ଭୋଗ ଲାଗେ ଜାଣନ୍ତୁ…

ଯେହେତୁ ଏହା ପୂଜାର ଶେଷ ଦିନ ଏହି ଦିନ ମା ବିଦାୟ ନେଇଥାନ୍ତି । ଭକ୍ତମାନେ ମାଙ୍କ ସଜ୍ଜିତ ପ୍ରତୀମାଙ୍କୁ ମୁଣ୍ଡରେ ଥୋଇ ତାଙ୍କୁ ବିଦାୟ ଦେଇଥାନ୍ତି ଏବଂ ପୂର୍ବ ବର୍ଷ ଆସିବାକୁ ନିମନ୍ତ୍ରଣ କରିଥାନ୍ତି । ଏହି ପୂଜାର ମହତ୍ୱ ହେଉଛି ୯ଜଣ କନ୍ୟା ଦେବୀଙ୍କ ୯ଟି ରୂପର ପ୍ରତୀକ । ଯାହା ନବମୀ ଦିନ ପାଳନ କରାଯାଏ।ଏହାକୁ କୁମାରୀ ପୂଜା କୁହାଯାଏ। ଭଗବାନ ଶିବଙ୍କ ଅଧାଶରୀର ଦେବୀ ସିଦ୍ଧିଦାତ୍ରୀ ଙ୍କ ଶରୀର ସହ ମିଶୁଥିବାରୁ ଏହାକୁ ଅର୍ଦ୍ଧନାରୀ ଶରୀର କୁହାଯାଇଥାଏ ।

ନବରାତ୍ରୀର ଅନ୍ତିମ ଦିନ ୯ ଜଣ କନ୍ୟାଙ୍କୁ ସୁସଜ୍ଜିତ କରି, ମଥାରେ ତିଲକ ଟାଣି ପୂଜା କରାଯାଇଥାଏ । ଭକ୍ତ ମାନେ ଏମାନଙ୍କ ପାଦ ଧୋଇଦେଇଥାନ୍ତି। ପରେ ପୂଜା କରି ହଲୱା, ଚଣା ଭୋଗ ଲାଗି ସହ ଟଙ୍କା ଉପହାର ଦିଆଯାଇଥାଏ ।

ଶ୍ରୀଶ୍ରୀ ଚଣ୍ଡୀ ର ଏହି ବିଶେଷ ମନ୍ତ୍ରରେ ମାଙ୍କୁ ଷୋଡଶ ଉପଚାର ବିଧାନରେ ବିଲ୍ଵପତ୍ର ଓ ପୁଷ୍ପ ଅର୍ପଣ କରିବାର ବିଧାନ ରହିଛି। ଏହାଦ୍ୱାରା ଦେବୀ ପ୍ରସନ୍ନତା ଲାଭ କରିଥାନ୍ତି।

ମା’ ସିଦ୍ଧିଦାତ୍ରୀଙ୍କ ମନ୍ତ୍ର :
ଯା ଦେବୀ ସର୍ବଭୂତେଷୁ ମା’ ସିଦ୍ଧିଦାତ୍ରୀ ରୂପେଣ ସଂସ୍ଥିତା।
ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ।।
ଅନ୍ତତଃ ୧୦୮ ଥର ଏହାକୁ ପାଠ କରି ବିଲ୍ଵପତ୍ର ଓ ପୁଷ୍ପ ଅର୍ପଣ କରନ୍ତୁ । ଦେବୀ ପ୍ରସନ୍ନ ହେବେ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା