ଦେଶ ବିଦେଶ

ମାତ୍ର ୩୫ ସେକେଣ୍ଡରେ ଡାଉନଲୋଡ୍ ହେବ ଫାଇଲ୍ । ଆରମ୍ଭ ହେଲା 5G ସେବା

ଆଜିଠୁ ଦେଶରେ ଆରମ୍ଭ ହେଲା 5G ସେବା । ଏଣିକି ଯୋଗାଯୋଗ ହେଉ ଅବା ମନୋରଞ୍ଜନ କ୍ଷେତ୍ରରେ କୌଣସି ଅସୁବିଧା ହେବ ନାହିଁ । ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଇଣ୍ଡିଆ ମୋବାଇଲ କଂଗ୍ରେସରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭ ଉଦଘାଟନ କରିଛନ୍ତି । ତିନି ପ୍ରମୁଖ ଟେଲିକମ ଅପରେଟର୍ ପ୍ରଧାନମନ୍ତ୍ରୀଙ୍କ ଆଗରେ 5G ଜ୍ଞାନକୌଶଳର ଉପସ୍ଥାପନ କରିବେ । ଏହି ଅବସରରେ ରିଲାଏନ୍ସ ଜିଓର ମୁକେଶ ଅମ୍ବାନୀ, ଏୟାରଟେଲର ସୁନୀଲ ମିତଲ ଓ ଭୋଡାଫୋନ୍-ଆଇଡିଆର କୁମାର ମଙ୍ଗଳମ ଉପସ୍ଥିତ ରହିବେ ।

5G ସେବା 3Gଠୁ ୩o ଗୁଣ ଏବଂ 4Gଠୁ ୧୦ ଗୁଣା ସ୍ପିଡ୍ ହେବ । ଫଳରେ ୟୁଜର୍ସଙ୍କ ପାଇଁ ଡାଉନଲୋଡ୍ ସ୍ପିଡ ବଢ଼ାଇବ 5G । ଦେଶର ଯେଉଁ କେତେକ ସ୍ଥାନରେ 5G ସେବା ଆରମ୍ଭ ହେବ ସେଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ମୟୁରଭଞ୍ଜ ଜିଲ୍ଲାର ପାହାଡପୁରର ନାଁ ରହିଛି । ଗାଁର ସ୍କୁଲ ଏସ୍ଏଲ୍ଏସ୍ ସ୍ମାରକୀ ଆବସିକ ବିଦ୍ୟାଳୟରେ ରିଲାଏନ୍ସ ଜିଓ ଦ୍ୱାରା 5G ସେବାର ଲାଇଭ୍ ପ୍ରଦର୍ଶନ କରାଯିବ । ଏହି ଅବସରରେ ପାହାଡପୁର ସ୍କୁଲ ପିଲାଙ୍କ ସହ କଥା ହେବେ ମୋଦି ।

ଭାରତରେ ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ହାତଗଣତି ପ୍ରମୁଖ ସହରରେ 5G ସେବା ଆରମ୍ଭ ହେବ । ଏହା ପରେ ପର୍ଯ୍ୟାୟକ୍ରମେ ଆସନ୍ତା ଦୁଇ ବର୍ଷ ଭିତରେ ଏହି ସେବା ‌ସାରା ଦେଶରେ ପହଞ୍ଚିବ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଦେଶ ବିଦେଶ ବ୍ୟବସାୟ

କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ଏକ ସାମୂହିକ ପ୍ରୟାସ ହେବା ଆବଶ୍ୟକ: ନିର୍ମଳା ସୀତାରମଣ |

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ, କାରଣ ଟେକ୍ନୋଲୋଜି କ୍ରମାଗତଭାବେ ବିକଶିତ ହେଉଛି ଏବଂ ବଦଳୁଛି
ଦେଶ ବିଦେଶ

କର୍ଣ୍ଣାଟକରେ ଓମିକ୍ରନ୍ ଭୟ: ମଲ୍, ସିନେମା ହଲ୍ ପରିଦର୍ଶନ ପାଇଁ ଦୁଇଟି ଡୋଜ୍ ଜରୁରୀ | ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ନୂତନ ନିୟମ |

କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ ମଲ, ପ୍ରେକ୍ଷାଳୟ ଏବଂ ସିନେମା ହଲ ପାଇଁ ବାଧ୍ୟତାମୂଳକ କରିଛନ୍ତି ଯେ କେବଳ ସେହି ପରିଦର୍ଶକଙ୍କୁ କୋଭିଡ -19 ଟିକା ନେଇଛନ୍ତି।