ମା’ଙ୍କ ପୂଜାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ପୋଲିସର ଯାଞ୍ଚ କଡାକଡି । ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବେଗୁନିଆପଡା ଏକ ବାଣିଜ୍ୟିକ କେନ୍ଦ୍ର । ଏଠାରେ ମା ଦୁର୍ଗାଙ୍କ ପୂଜା ଖୁବ୍ ଯାକଜକମରେ ପାଳିତ ହୁଏ । ଏହି ଅବସରରେ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି କୋଦଳା ଓ ବେଗୁନିଆପଡା ପୋଲିସ ପକ୍ଷରୁ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଯାଇଛି । ସହରରେ ଚାଲୁଥିବା ବିଭିନ୍ନ ଗାଡିର କାଗଜ ପତ୍ର, ମଦ୍ୟପ ଚାଳକଙ୍କୁ ଯାଞ୍ଚ କରିବା ସହ ଟ୍ରାଫିକ ସମସ୍ୟାକୁ କିପରି ନିୟନ୍ତ୍ରିତ କରାଯିବ ସେ ନେଇ ପୋଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ ହୋଇଛି । ଏଥିସହ ଯାତ୍ରୀ ଓ ସାଧାରଣ ଜନତାଙ୍କ ଯେପରି କୌଣସି ଅସୁବିଧା ନ ହୁଏ ସେ ଦିଗ ପ୍ରତି ମଧ୍ୟ ଦୃଷ୍ଟି ଦେଇଛି ପ୍ରଶାସନ । ଯାଞ୍ଚ ସମୟରେ କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ, ବେଗୁନିଆପଡା ଫାଣ୍ଡି ଅଧିକାରୀ ସଂଗ୍ରାମ ଦେଉରୀଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ସୂଚନା ଅନୁସାରେ, ବେଗୁନିଆପଡା ବଜାରରେ ଟ୍ରାଫିକ ସମସ୍ୟା ହେଉଛି ଏକ ପ୍ରମୁଖ କାରଣ । ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହାନ ରହିବା ସହ ଦୋକାନୀ ତାଙ୍କର ବ୍ୟବସାୟିକ ସାମଗ୍ରୀ ରାସ୍ତା ଉପରେ ରଖୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ ।
ବେଗୁନିଆପଡାରୁ ବାପୁନି କୁମାର ମାଲୁ