ଆଜି ନବରାତ୍ରୀର ୭ମ ଦିନ । ଆଜି ନବରାତ୍ରୀର ୭ମ ଦିନରେ ମା ଦୁର୍ଗାଙ୍କୁ କାଳରାତ୍ରୀ ରୂପରେ ପୂଜା କରାଯାଏ ।

ଶାରଦୀୟ ପୂଜା ଲଗ୍ନରେ ସମଗ୍ର ଧରା ଆଜି ଆନନ୍ଦ ମୁଖର। ଦେବୀ ଦୁର୍ଗା ଧରାଵତରଣ କରି ଭକ୍ତ ମାନଙ୍କୁ ବିଭିନ୍ନ ରୂପରେ ଦର୍ଶନ ଦେଉଛନ୍ତି।ଆଜି ନବରାତ୍ରୀର ୭ମ ଦିନ । ଆଜି ନବରାତ୍ରୀର ୭ମ ଦିନରେ ମା ଦୁର୍ଗାଙ୍କୁ କାଳରାତ୍ରୀ ରୂପରେ ପୂଜା କରାଯାଏ ।
କାଳରାତ୍ରୀ ପୂଜା କ’ଣ?
ଆଜି ନବରାତ୍ରୀର ୭ମ ଦିନ । ଆଜି କାଳରାତ୍ରୀ ରୂପରେ ଦୁର୍ଗା ଙ୍କୁ ପୂଜା କରାଯାଏ । ଏହି ପୂଜା କରିବା ଦ୍ୱାରା ଆସୁଥିବା ଅକସ୍ମିକ ସଂକଟରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି । ଏହି ରୂପରେ ମା ଶତ୍ରୁ ଏବଂ ଦୁଷ୍ଟଙ୍କୁ ବିନାଶ କରିଥାନ୍ତି ।
ନବରାତ୍ରୀର ସପ୍ତମ ଦିନରେ ଯେଉଁମାନେ ମା କାଳରାତ୍ରୀ ପୂଜା କରିଥାନ୍ତି, ସେମାନଙ୍କୁ ଭୂତ, ପ୍ରେତ କିମ୍ବା ମନ୍ଦ ଶକ୍ତିର ଭୟ ରହିନଥାଏ । ମା କାଳରାତ୍ରୀଙ୍କ ରଙ୍ଗ କୃଷ୍ଣ ରଙ୍ଗ ହୋଇଥିବାରୁ ଏହି ରଙ୍ଗ ଅନୁସାରେ ମାଙ୍କ ନାମକୁ କାଳରାତ୍ରୀ ବୋଲି ରଖାଯାଇଛି ।ମାଙ୍କର ୪ଟି ଭୂଜା ବା ବାହୁ ରହିଛି ।
ଅସୁରମାନଙ୍କ ରାଜା ରକ୍ତବିଜଙ୍କ ସଂହାର କରି ବାକୁ ଯାଇ ମାଦୁର୍ଗା କାଳରାତ୍ରୀ ସୃଷ୍ଟି କରିଥିଲେ । ଯେଉଁ ଭକ୍ତମାନେ ମାଙ୍କୁ ନିଷ୍ଠା ସହକାରେ ପୂଜା କରିଥାନ୍ତି, ତାଙ୍କ ମନସ୍କାମନା ପୂରଣ ହୁଏ ।
କାଳରାତ୍ରୀ ର କଣ ରହିଛି ପୂଜା ବିଧି ? ଏବଂ କଣ ଭୋଗ ଲାଗେ ଜାଣନ୍ତୁ…
ଏହି ଦିନ ସକାଳୁ ଉଠି ସ୍ନାନ ସାରିବା ପରେ ମାଙ୍କୁ ସ୍ମରଣ କରି ମା କାଳରାତ୍ରୀଙ୍କୁ ଧୂପ, ଦୀପ, ଫୁଲ, ଚନ୍ଦନ ଏବଂ ଗୁଡ ଆଦି ନୈବେଦ୍ୟରେ ମାଙ୍କୁ ସମର୍ପିତ କରାଯାଏ । ଏହା ପରେ ମାଙ୍କ ଅତି ପ୍ରିୟ ଫୁଲ ରଜନୀଗନ୍ଧା ଫୁଲ ଅର୍ପଣ କରାଯାଏ । ଏହା ପରେ ମା କାଳ ରାତ୍ରୀଙ୍କ ମନ୍ତ୍ର ପଢ଼ାଯିବା ପରେ ସହୃଦୟରେ ମାଙ୍କୁ ଆରତୀ କରାଯାଏ ।
କୁହାଯାଏ ଏହି ଦିନରେ ମାଙ୍କୁ ଗୁଡ଼ ନିହାତି ଭାବେ ଅର୍ପଣ କରାଯିବା ଦରକାର । ଏହା ସହ ବ୍ରାହ୍ମଣଙ୍କୁ ମଧ୍ୟ ନିହାତି ଦାନ କରାଯିବା ଦରକାର । ମାଙ୍କ ପ୍ରିୟ ରଙ୍ଗ ଲାଲ ଅଟେ ।
ସମସ୍ତ ପ୍ରସିଦ୍ଧ ଶକ୍ତିପୀଠ ମାନଙ୍କରେ ସପ୍ତମୀ ବିହୀତ ପୂଜା ଏବଂ ଚଣ୍ଡୀପାଠ ହେବା ସହ ମଧ୍ୟ ରାତ୍ରରେ ବଳି ସମର୍ପଣ କରାଯାଏ। ଅନେକ ସ୍ଥାନରେ ମୁଣ୍ମୟୀ ମୂର୍ତ୍ତି ଙ୍କୁ ଆଜି ଜୀଵଦାନ ପ୍ରଦାନ ସହିତ ତ୍ରିଦିନାତ୍ମକ ପୂଜା ପ୍ରାରମ୍ଭ ହୋଇଥାଏ।