ମିଶନ ଶକ୍ତି ପକ୍ଷରୁ ୪୦୫ଟି ମହିଳା ସଙ୍ଘକୁ ୧୨ କୋଟି ଟଙ୍କାର ଋଣ ପ୍ରଦାନ

ବେଗୁନିଆପଡା: ରାଜ୍ୟ ସରକାରଙ୍କ ପକ୍ଷରୁ ମହିଳାଙ୍କୁ ସଶକ୍ତିକରଣ ଓ ସ୍ୱାବଲମ୍ବୀ କରିବା ପାଇଁ ଓଡିଶାରେ ଜୀବିକା ମିଶନ ବିଭିନ୍ନ କାର୍ୟ୍ୟକ୍ରମ କରିଥାଏ । ଏହି କ୍ରମରେ ବେଗୁନିଆପଡା ବ୍ଲକରେ ମିଶନ ଶକ୍ତି ପକ୍ଷରୁ ୪୦୫ ଟି ମହିଳା ସଙ୍ଘକୁ ତିନି ଲକ୍ଷ ଟଙ୍କା ଲେଖାଏଁ ମୋଟ ୧୨ କୋଟି ୧୫ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଛି । ମହିଳା ସଂଘକୁ ୯ ଟି ବ୍ୟାଙ୍କ ଏହି ଋଣ ପ୍ରଦାନ କରିବାରେ ଅଂଶ ଗ୍ରହଣ କରିଥିଲେ ।

ଏଥିରେ ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀ, ଉପାଧ୍ୟାକ୍ଷ ସୁଧାକର ପ୍ରଧାନ, ଏବିଡ଼ିଓ ନିରଞ୍ଜନ ବେହେରା, ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ, ବ୍ଲକ ପ୍ରକଳ୍ପ ସଂଯୋଜକ ଦିଲ୍ଲୀପ କୁମାର ବେହେରା, ବିପିଏମ୍ ଜ୍ଞାନ ରଞ୍ଜନ ରାଉତଙ୍କ ସମେତ ସମସ୍ତ ବ୍ୟାଙ୍କ ପରିଚାଳକ ଉପସ୍ଥିତ ରହି ଉକ୍ତ ଋଣ ପ୍ରଦାନ କରିଥିଲେ । ଏହି ଅବସରରେ ଋଣ ପାଇଥିବା ମହିଳା ସଙ୍ଘର ସଭାନେତ୍ରୀ, ସମ୍ପାଦିକା ଓ ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।
ବେଗୁନିଆପଡାରୁ ବାପୁନି କୁମାର ମାଲୁ