ଓଡିଶା

ପାଳିତ ହେଉଛି ବିଶ୍ୱ ଜଳାତଙ୍କ ଦିବସ । ରୋଗର ଭୟାବହତା ଉପରେ ସଚେତନ କରାଉଛନ୍ତି ଡାକ୍ତର

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପ୍ରାଣୀ ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ଜଳାତଙ୍କ ଦିବସ ଉପଲକ୍ଷେ ଏକ ସଚେତନତା ଓ ପ୍ରତିଷେଧକ ଟିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ଗିରିଶ କୁମାର ମାହାନ୍ତି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ସ୍ଥାନୀୟ ପ୍ରାଣୀପ୍ରେମୀମାନଙ୍କୁ ଜଳାତଙ୍କ ରୋଗ ସମ୍ପର୍କରେ ସଚେତନତା କରିବା ସଙ୍ଗେ ସଙ୍ଗେ ସେମାନଙ୍କର ପାଳିତ କୁକୁରମାନଙ୍କୁ ଜଳାତଙ୍କ ପ୍ରତିଷେଧକ ଟୀକା ଦିଆଯାଇଥିଲା । ଜଳାତଙ୍କ ପ୍ରତିଷେଧକ ଟିକାର ଉଦ୍ଭାବକ ତଥା ପ୍ରସିଦ୍ଧ ଫ୍ରାନ୍ସ ବୈଜ୍ଞାନିକ ଲୁଈ ପାଶ୍ଚଚରଙ୍କ ଜନ୍ମ ଦିବସ ସେପ୍ଟେମ୍ବର 28 ତାରିଖକୁ ପ୍ରତିବର୍ଷ ବିଶ୍ୱ ଜଳାତଙ୍କ ଦିବସ ରୂପେ ପାଳନ କରାଯାଉଛି ।

ଏହି ଅବସରରେ ଜଳାତଙ୍କ ରୋଗର ଭୟାବୟତା ବିଷୟରେ ଲୋକଙ୍କୁ ସଚେତନତା କରାଯିବା ସହ ନିଜ ପରିବେଶକୁ ସୁରକ୍ଷିତ ରଖିବା ଏବଂ ମାନବ ସମାଜ ଜଳାତଙ୍କ ରୋଗରୁ ମୁକ୍ତ ହେବା ଏହି ଦିବସର ଆହ୍ୱାନ । କାର୍ଯ୍ୟକ୍ରମରେ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ରମାକାନ୍ତ ରାଣା, ଉପ ନିର୍ଦ୍ଦେଶକ ଡକ୍ଟର ବିଦ୍ୟୁତ ଶେଖର ମିଶ୍ର, ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ଅଭିଜିତ ମିଶ୍ର, ମୃତ୍ୟୁଞ୍ଜୟ ଦାସ, ସେକ୍ସସନ ଅଫିସର, ଭେଟନେରୀ ଟେକ୍ନିସିୟାନ ପ୍ରମୁଖ ଉପସ୍ଥିତ ଥିଲେ ।

ଗଜପତିରୁ  ବିବେକାନନ୍ଦ ବେହେରା

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା