ଆଜି ହେଉଛି ନବରାତ୍ରର ଚତୁର୍ଥ ଦିନ । ଏହିଦିନ ଦେବୀଙ୍କ ସ୍ବରୂପ ହେଉଛି କୁଷ୍ମାଣ୍ଡା

ନବରାତ୍ରି ପୂଜା ୪ର୍ଥ ଦିନର କୁଷ୍ମାଣ୍ଡାଙ୍କ ପୂଜା ।
ସାରା ଦେଶରେ ଥିବା ଶକ୍ତିପୀଠଗୁଡିକରେ ମା ଦୁର୍ଗାଙ୍କ ନବ ରାତ୍ର ପୂଜା ଆରମ୍ଭ ହୋଇଯାଇଛି । ଏହି ପୂଜା ଦଶହରା ପର୍ୟ୍ୟନ୍ତ ପାଳନ କରାଯିବ ।ଆଜି ହେଉଛି ପୂଜାର ଚତୁର୍ଥ ଦିନ । ଏହି ନବରାତ୍ରୀରେ ଦେବୀଙ୍କର ନଅ ଦିନର ଉପବାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ସମୟରେ ମାଙ୍କର ୯ପ୍ରକାର ପୂଜାର ବ୍ରତ ରଖିଲେ, ମନଷ୍କାମନା ପୁରଣ ହୁଏ ବୋଲି ବଶ୍ୱାସ ରହିଛି । ଜୀବନରେ ସୁଖ ସମୃଦ୍ଧି ଆଣିଦିଏ ଏହି ପୂଜା । ତେବେ ଏହି ପୂଜା କରିବାରେ ବିଭିନ୍ନ ନୀତି ନିୟମ ରହିଛି । ୯ ଦିନ ବ୍ୟାପି ହେଉଥିବା ଏହି ପୂଜାରେ ମା ଦୁର୍ଗାଙ୍କୁ ବିଭିନ୍ନ ରୂପରେ ପୂଜା କରାଯାଏ ବା ଏହାକୁ ନବଦୁର୍ଗା ପୂଜା ବୋଲି ମଧ୍ୟ କୁହାଯାଏ ।
ମା ଦୁର୍ଗତି ନାସିନୀଙ୍କ ଏହି ୯ଟି ରୂପ ଗୁଡିକ ହେଲା ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚିତ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ, ସିଦ୍ଧିଦାତ୍ରୀ ।ପ୍ରଥମ ତିନି ଦିନରେ ମାଙ୍କୁ ଦୁଷ୍ଟ ବିନାଶିନୀ ଦୁର୍ଗା ତଥା କାଳୀ ରୂପରେ ପୂଜା କରାଯାଇଥାଏ । ମଝି ତିନି ଦିନରେ ମାଙ୍କୁ ଧନଧନ୍ୟ ତଥା ସମ୍ପଦର ଦେବୀ ଲକ୍ଷ୍ମୀଙ୍କ ରୂପରେ ପୂଜା କରାଯାଏ । ସେହିପରି ଶେଷ ୩ ଦିନରେ ମା ବିଦ୍ୟାଦାତ୍ରୀ ସରସ୍ୱତୀ ଭାବେ ପୂଜା ପାଇଥାନ୍ତି । ନବରାତ୍ରୀର ଶେଷ ଦିନରେ ବିଜୟା ଦଶମୀ ପାଳିତ ହୋଇଥାଏ ।
କୁଷ୍ମାଣ୍ଡା ପୂଜାର ବିଧି କ’ଣ ଏବଂ ଏହି ପୂଜା ଦ୍ୱାରା କ’ଣ ଫଳ ମିଳେ ଜାଣନ୍ତୁ.
ଆଜି ହେଉଛି ନବରାତ୍ରୀର ଚତୁର୍ଥ ଦିନ । ଏହି ଦିନରେ କୁଷ୍ମାଣ୍ଡଙ୍କ ପୂଜା କରାଯାଏ । ଆଶ୍ୱିନ ମଙ୍କସର ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ଏହି ପୂଜା କରାଯାଏ । କୁଷ୍ମାଣ୍ଡାଙ୍କ ୮ଟି ହାତ । ଏଥିପାଇଁ ତାଙ୍କୁ ଅଷ୍ଟଭୂଜା କୁହାଯାଏ।ତାଙ୍କ ୭ଟି ହାତରେ କ୍ରମଶଃ କମଣ୍ଡଳୁ,ଧନୁଷ,ବାଣ,କମଳ-ପୁଷ୍ପ,
ଅମୃତପୂର୍ଣ୍ଣ କଳସ,ଚକ୍ର ତଥା ଗଦା ରହିଥାଏ। ଅଷ୍ଟମ ହାତରେ ସମସ୍ତ ସିଦ୍ଧି ଏବଂ ନିଧି ଦେଉଥିବା ଜପ ମାଳା ରହିଥାଏ। ମା କୁଷ୍ମାଣ୍ଡାଙ୍କୁ କଖାରୁର କାନ ଝୁମୁକା ଅତ୍ୟନ୍ତ ପ୍ରିୟ ଏବଂ ସଂସ୍କୃତରେ କଖାରୁକୁ କୁଷ୍ମାଣ୍ଡ କୁହାଯାଏ।
ଏଥିପାଇଁ ମା ଦୁର୍ଗାଙ୍କ ଏହି ସୂରୂପକୁ କୁଷ୍ମାଣ୍ଡା କୁହାଯାଇଥାଏ। ଏହି ପୂଜା କରିବା ଦ୍ୱାରା ଅସାଧ୍ୟ ରୋଗରୁ ମୁକ୍ତି ଏବଂ ଉତ୍ତମ ସ୍ୱାସ୍ଥ୍ୟର ଆଶୀର୍ବାଦ ମିଳେ ।
କିଭଳି କରିବେ କୁଷ୍ମାଣ୍ଡାଙ୍କ ପୂଜା ଜାଣନ୍ତୁ.
-ନବରାତ୍ରୀର ଚତୁର୍ଥ ଦିନରେ ସର୍ବପ୍ରଥମେ କଳସ ପୂଜା କରି ମାତା କୁଷ୍ମାଣ୍ଡାଙ୍କୁ ପ୍ରଣାମ କରିବେ ।
-କୁଷ୍ମାଣ୍ଡାର ସବୁଜ ରଙ୍ଗ ଅତି ପ୍ରିୟ ରଙ୍ଗ ହୋଇଥିବାରୁ ଏଥିପାଇଁ ପୂଜାରେ ବସିବା ପୂର୍ବରୁ ସବୁଜ ରଙ୍ଗର ଆସନ ପ୍ରୟୋଗ କରିବେ
-ମା କୁଷ୍ମାଣ୍ଡାଙ୍କୁ ଧ୍ୟାନ କରି ଜଳ ପୁଷ୍ପ ଅର୍ପଣ କରି ଧ୍ୟାନ କରିବେ ।
-ଦେବୀଙ୍କୁ ପୁରା ମନରେ ଫୁଲ, ଧୂପ, ଗନ୍ଧ, ଭୋଗ ଚଢ଼ାଇବେ
-ପୂଜା ପରେ ମାଙ୍କୁ ମାଲପୁଆ ଭୋଗ ଲଗାଇବେ
-ଏହା ପରେ ପ୍ରସାଦକୁ ଯେକୌରସି ବ୍ରାହ୍ମଣଙ୍କୁ ଦାନ କରିବେ ।
-ପୂଜା ପରେ ଗୁରୁଜନଙ୍କୁ ପ୍ରଣାମ କରି ପ୍ରସାଦ ବିତରଣ ସହ ନିଜେ ମଧ୍ୟ ପ୍ରସାଦ ସେବନ କରିବେ ।