ଓଡିଶା କଳା ସଂସ୍କୃତି

ଶରତ କାଳୀନ ଦୁର୍ଗାପୂଜା ନବରାତ୍ରୀ ବ୍ରତର ଆଜି ତୃତୀୟ ଦିବସ । ଏହିଦିନ ଦୁର୍ଗାଙ୍କର ଚନ୍ଦ୍ରଘଂଟାଙ୍କ ସ୍ୱରୂପର ପୂଜା କରାଯାଏ ।

ଚାଲିଛି ମାଆଙ୍କ ନବରାତ୍ର ପୂଜା । ଆଜି ହେଉଛି ଏହି ପୂଜା ର ତୃତୀୟ ଦିନ। ଆଧ୍ୟାତ୍ମିକ ବିଶ୍ୱାସ ଅନୁସାରେ ନବରାତ୍ରୀରେ ମା’ଙ୍କୁ ପୂଜାର୍ଚ୍ଚନା କଲେ ବହୁ ଆଶୀର୍ବାଦ ମିଳିଥାଏ । ଦୁର୍ଗା ନବରାତ୍ରୀ କାଳରେ ବିଭିନ୍ନ ବେଶ ଧାରଣ କରନ୍ତି।
ନବରାତ୍ରୀ ହେଉଛି ଦଶହରା ମହୋତ୍ସବର ଆଦ୍ୟ ପର୍ବ । ଆଶ୍ୱିନ ଶୁକ୍ଲପକ୍ଷର ପ୍ରତିପଦ ତିଥିରୁ ଏହା ଆରମ୍ଭ ହୋଇ ଦଶହରାରେ ଶେଷ ହୋଇଥାଏ ।
ନବରାତ୍ରର ଏହି ନଅଦିନ ମଧ୍ୟରେ ମା’ ଦୁର୍ଗାଙ୍କ ଭିନ୍ନ ଭିନ୍ନ ରୂପକୁ ପୂଜା କରାଯାଇଥାଏ ।

ଆଜି ନବରାତ୍ରୀର ତୃତୀୟ ଦିନ । ଏହି ଦିନ ମା’ ଚନ୍ଦ୍ରଘଂଟାଙ୍କ ରୂପରେ ପୂଜା ପାଉଛନ୍ତି । ମା’ଙ୍କ ମସ୍ତକରେ ଘଣ୍ଟା ଆକାରର ଅର୍ଦ୍ଧଚନ୍ଦ୍ର ଥିବାରୁ ତାଙ୍କୁ ଚନ୍ଦ୍ରଘଣ୍ଟା ବୋଲି କୁହାଯାଏ । ଦେବୀ ଚନ୍ଦ୍ରଘଣ୍ଟାଙ୍କ ବାହାନ ହେଉଛନ୍ତି ସିଂହ । ତାଙ୍କର ଦଶଭୁଜା ଏବଂ ତିନୋଟି ଆଖି ରହିଛି । ଆଠଟି ହସ୍ତରେ ମା’ ଖଡଗ ତଥା ଅସ୍ତ୍ରଶନ୍ତ୍ର ଧାରଣ କରିଥାନ୍ତି ଏବଂ ଅନ୍ୟ ଦୁଇଟି ହସ୍ତରେ ଭକ୍ତଙ୍କୁ ଆର୍ଶିବାଦ କରିଥାନ୍ତି । ମା’ଙ୍କୁ ପୂଜିବା ଦ୍ୱାରା ଯଶ ବୃଦ୍ଧି ହୋଇଥାଏ ।

ନବରାତ୍ରର ଏହି ତୃତୀୟ ଦିନରେ ଭୟରୁ ମୁକ୍ତି ମିଳିବା ସହ ଅପାର ସାହାସ ପ୍ରାପ୍ତ ହୋଇଥାଏ ।
ଚନ୍ଦ୍ରଘଣ୍ଟା ଙ୍କର ସ୍ୱରୂପ ଅତ୍ୟନ୍ତ କଲ୍ୟାଣକାରୀ ଏବଂ ଶାନ୍ତିଦାୟକ ହୋଇଥାଏ। ତାଙ୍କ ମସ୍ତକରେ ଘଣ୍ଟା ଆକାରର ଅର୍ଦ୍ଧଚନ୍ଦ୍ର ରହିଛି। ଏଥିପାଇଁ ଦେବୀଙ୍କ ନାମ ଚନ୍ଦ୍ରଘଣ୍ଟା ଅଟେ।

ଚନ୍ଦ୍ରଘଣ୍ଟାଙ୍କ ପୂଜା ପଦ୍ଧତି :- ଶୁଦ୍ଧ ପାଣି ଏବଂ ପଞ୍ଚାମୃତ ସହିତ ମାଆଙ୍କୁ ସ୍ନାନ କରାନ୍ତୁ | ବିଭିନ୍ନ ପ୍ରକାରର ଫୁଲ, ଅକ୍ଷତ, କୁମ୍କୁମ୍, ସିନ୍ଦୁର ଇତ୍ୟାଦି ପ୍ରଦାନ କରନ୍ତୁ | କେଶର-କ୍ଷୀରରୁ ପ୍ରସ୍ତୁତ ମିଠା କିମ୍ବା କ୍ଷୀରିର ପ୍ରସାଦ କରନ୍ତୁ | ମାତାଙ୍କୁ ଧଳା ପଦ୍ମ, ନାଲି ରଙ୍ଗର ମନ୍ଦାର ଏବଂ ଗୋଲାପ ଫୁଲର ମାଳ ଅର୍ପଣ କରନ୍ତୁ ଏବଂ ପ୍ରାର୍ଥନା କରିବା ସମୟରେ ମାଆ ଙ୍କ ମନ୍ତ୍ର ଜପ କରନ୍ତୁ |

ପିଣ୍ଡଜାପ୍ରଭରାରୁଢ଼ା, ଚଣ୍ଡକୋପାଷ୍ଟ୍ରକୈର୍ଯ୍ୟୁତା |
ପ୍ରସାଦଂ ତନୁତେ ମହ୍ୟଂ, ଚନ୍ଦ୍ରଘଂଟେତି ବିଶ୍ରୁତା।|

ବିଶେଷ କରି ମିଥୁନ ରାଶି ବ୍ୟକ୍ତିଙ୍କର ବନ୍ଧୁ ମତାନ୍ତର,ଦୂରଯାତ୍ରା,ବାରମ୍ବାର ଚେଷ୍ଟା କରି ସୁଫଳ ମିଳିବା ସହିତ ଖର୍ଚ୍ଚାନ୍ତ ହେବାର ସମ୍ଭାବନା ରହିଛି । ତେବେ ଶୁଭଫଳ ବୃଦ୍ଧି ଲାଗି ସବୁଜ ରଙ୍ଗର ବସ୍ତ୍ର ପିନ୍ଧି ମା’ଙ୍କର ଚନ୍ଦ୍ରଘଂଟା ରୂପକୁ ମିଶ୍ରିତ ରଙ୍ଗର ପୁଷ୍ପ, ଦୁର୍ବା,ବେଲପତ୍ର,ଫଳ ଆଦି ଅର୍ପଣ କରି ‘ଓଁ ଚନ୍ଦ୍ରଘଂଟାୟୈ ନମଃ’ ଜପକଲେ । ନିଶ୍ଚିତ ଶୁଭଫଳ ପ୍ରାପ୍ତ ହେବ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା