ଓଡିଶା

କଟକ ଜଗତପୁର ଅଞ୍ଚଳରେ ହାତୀ ଆତଙ୍କ । ଘର ଭାଙ୍ଗିବା ସହ କାର ଭଙ୍ଗା ରୁଜା କରି ଆତଙ୍କ ଖେଳାଉଛି ହାତୀ

କଟକ ଜଗତପୁର ନିମପୁର ଅଞ୍ଚଳରେ ହାତୀ ଆତଙ୍କ । ରାତିସାରା ହାତୀ ଘର ଭାଙ୍ଗିବା ସହ କାର ମଧ୍ୟ ଭଙ୍ଗାରୁଜା କରିଛି । ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ତେବେ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି । ଅନ୍ୟପଟେ ହାତୀ ଆକ୍ରମଣ ପରେ ସତର୍କତା ଜାରି କରିଛି ବନ ବିଭାଗ । ଜଗତପୁର ଗୋଲେଇ ଛକଠାରୁ ଆଇବି ରୋଡ଼ ପର୍ଯ୍ୟନ୍ତ କେହି ଯାତାୟତା ନକରିବା ପାଇଁ ସତର୍କତା ଜାରି କରାଯାଇଛି ।

ସୂଚନା ମୁତାବକ, ଆଠଗଡ଼ ବନଖଣ୍ଡରୁ ହାତୀପଲ ଆସି ଗତରାତିରୁ ଜଗତପୁରରେ ଉପଦ୍ରବ କରୁଛନ୍ତି । ରାତିସାରା ହାତୀପଲ ଉପଦ୍ରବ ଜାରି ରଖିଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଆଜି ଭୋରରୁ ହାତୀପଲ ସମ୍ମୁଖରେ ଜଣେ ବୃଦ୍ଧା ଓ ବୃଦ୍ଧଙ୍କୁ ପଡ଼ି ଯାଇଥିବା ବେଳେ ଉଭୟଙ୍କୁ ଦଳି ଦେଇଥିଲା ହାତୀପଲ । ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଛି ।

ହାତୀ ଘଉଡ଼ାଇବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି । ବନ ବିଭାଗର ୧୦୦ କର୍ମଚାରୀ ଏଥିରେ ସାମିଲ ହୋଇଛନ୍ତି । ହାତୀ ଆକ୍ରମଣ ଭୟ ରହିଥିବାରୁ ଘରୁ ନ ବାହାରିବାକୁ ପୋଲିସ ମାଇକ ଯୋଗେ ପ୍ରଚାର କରିବା ସତ୍ତ୍ୱେ ବହୁ ଲୋକ ହାତୀ ଦେଖିବାକୁ ରାସ୍ତା ଉପରକୁ ଚାଲି ଆସୁଛନ୍ତି । ଫଳରେ ଭିଡ଼କୁ ନିୟନ୍ତ୍ରଣ କରିବା ତଥା ହାତୀ ଘଉଡ଼ାଇବା କାଠିକର ପାଠ ହୋଇ ପଡିଛି ।

ସାଲେପୁରରୁ ଅଭୟ ଜେନା

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା