ନିଜେ ସଚେତନ ହେଲେ ସାଇବର ଠକେଇରୁ ନିବୃତ୍ତ ରହିପାରିବା

କୋରାପୁଟ ଜିଲ୍ଲା ଅନ୍ତର୍ଗତ କୋଟପାଡ଼ ମହାବିଦ୍ୟାଳୟରେ ସାଇବର ଠକେଇ ପ୍ରତି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନ୍ୟାସନାଲ ଲିଗାଲ ଲିଟ୍ରେସି ମିଶନ ଓ ରାଜ୍ୟ ତାଲୁକ ଆଇନ ପ୍ରାଧିକରଣ ସେବା ସଙ୍ଘ ଦ୍ୱାରା ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ଏସ୍.ଡି.ଜେ.ଏମ୍ ଦିଲ୍ଲୀପ ବାରିକ, ଏସ୍.ଡି.ପି.ଓ ମଧୁସିକ୍ତl ମିଶ୍ର, ବିଜ୍ଞlପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର ଖରା, କୋଟପାଡ଼ ଓକିଲ ସଙ୍ଘ ସଭାପତି ମଣି ପ୍ରସାଦ ପଟ୍ଟନାୟକ, ଶଙ୍କର ପଣ୍ଡା, ପଙ୍କଜ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ SDPO ଏବଂ ବିଚାରପତି ମହୋଦୟ ନିଜ ଅଭିଭାଷଣରେ ସାଇବର ଠକେଇ ଯେପରି ହନିଟାପ୍, ବ୍ୟାଙ୍କ ଆଉଣ୍ଟରୁ ଟଙ୍କା ଉଭାନ୍ ହେବା ଘଟଣା, ଅନଲାଇନ୍ ଠକେଇ ଆଦି ବିଭିନ୍ନ ଦିଗ ଉପରେ ଛାତ୍ରଛାତ୍ରୀଙ୍କୁ ସମ୍ୟକ ଟିପ୍ପଣୀ ପ୍ରଦାନ କରିଥିଲେ ।
କୋଟପାଡ଼ରୁ ସୁନୀଲ ଦାଶ