ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନ ଥିଲେ ଲାଗିବନି ଫାଇନ !

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ଚିନ୍ତିତ ଅଛନ୍ତି କି । ତେବେ ଚିନ୍ତା କରନ୍ତୁ ନାହିଁ । ଯଦି ଆପଣ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ବୁକିଂ କରିସାରିଛନ୍ତି ତେବେ ନିଶ୍ଚିନ୍ତରେ ରୁହନ୍ତୁ । ଏଣିକି ଧାର୍ଯ୍ୟ ସମୟ ଭିତରେ ଯଦି ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲାଗି ନଥିବ ତେବେ ଏଥିପାଇଁ ଫାଇନ ଗଣିବାକୁ ପଡିବନି । କିନ୍ତୁ ଏଥିପାଇଁ ଧାର୍ଯ୍ୟ ସମୟ ଭିତରେ ଗାଡି ମାଲିକଙ୍କୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ବୁକିଂ କରିବାକୁ ପଡିବ । ଯଦି ବୁକିଂ କରିନଥିବେ ତେବେ ଚେକିଂ ସମୟରେ ଧରାପଡିଲେ ଫାଇନ ଗଣିବାକୁ ପଡିବ । ଆଉ ଯଦି ଫାଇନରୁ ବର୍ତ୍ତିବାକୁ ଚାହୁଁଥାନ୍ତି ତେବେ ଚେକିଂ ସମୟରେ ବୁକିଂର ସ୍ଲିପ୍ ଦେଖାଇବାକୁ ପଡିବ । ଯେହେତୁ ଡେଡଲାଇନ ସରିଆସୁଛି ତେଣୁ ହଜାର ହଜାର ସଂଖ୍ୟାରେ ଲୋକେ ଅନଲାଇନରେ ସ୍ଲଟ୍ ବୁକିଂ କରୁଛନ୍ତି । ଫଳରେ ଧାର୍ଯ୍ୟ ସମୟ ମଧ୍ୟରେ ଲୋକଙ୍କୁ ସ୍ଲଟ୍ ମିଳିପାରୁନାହିଁ । ଯାହାକୁ ଦୃଷ୍ଟିରେ ରଖି ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ।