ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ଉଚ୍ଚ ନ୍ୟାୟଳୟର ଦ୍ୱାରସ୍ଥ ହେଲା ଉତ୍କଳ ବିକାଶ ପରିଷଦ

ବାରାପାଟ ଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଉଚ୍ଚ ନ୍ୟାୟଳୟର ଦ୍ୱାରସ୍ଥ ହେଲା ଉତ୍କଳ ବିକାଶ ପରିଷଦ । କଟକ ସଦର ବ୍ଲକ ଅନ୍ତର୍ଗତ କିଶନନଗର ତହସିଲ ଅଧିନସ୍ଥ ବାରାପାଟରେ ଥିବା ଦୁଇଶହ ହେକ୍ଟରରୁ ଉର୍ଦ୍ଧ ଚାଷ ଜମି ଦୀର୍ଘବର୍ଷ ହେବ ବର୍ଷାଦିନେ ବାରାପାଟର ପାଟ ନାଳୀରୁ ଜଳନିଷ୍କାସନ ହୋଇ ନ ପାରିବାରୁ ଫସଲ ନଷ୍ଟ ହୁଏ । ଚାଷୀ ମୁଣ୍ଡଝାଳ ତୁଣ୍ଡରେ ମାରି ଚାଷ କରେ କିନ୍ତୁ ଅମଳ କରିପାରେ ନାହିଁ । ସରକାରଙ୍କ ଚାଷୀ ଜଳ କର ଦିଏ କିନ୍ତୁ ଜଳସେଚନ ସୁବିଧା ନ ଥିବାରୁ ଖରାଦିନେ ବାରାପାଟ ପଡିଆ ପଡେ । ଏହି ସମସ୍ତ ସମସ୍ୟାର ସମାଧାନ ନିମନ୍ତେ ଚାଷୀ ବାରମ୍ବାର ପ୍ରଶାସନଠୁ ଆରମ୍ଭ କରି ଜନ ପ୍ରତିନିଧିକୁ ଗୁହାରି କଲେ ମଧ୍ୟ ଫଳଘର ଶୂନ୍ୟ ।

ଶେଷରେ ବାରାପାଟର ଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ମାନ୍ୟବର ଉଚ୍ଚନ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି କଟକ ସଦରର ଅଗ୍ରଣୀ ସାମାଜିକ ସଙ୍ଗଠନ ଉତ୍କଳ ବିକାଶ ପରିଷଦର ସଭାପତି ପ୍ରକାଶ ଚନ୍ଦ୍ର ସେଠି । ରାଜ୍ୟ ସରକାରଙ୍କ ପ୍ରମୁଖ ସଚିବ, ଜଳସମ୍ପଦ, ଡ୍ରେନେଜ୍, କଟକ ଜିଲ୍ଲାପାଳ ପ୍ରମୁଖଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି । ପିଟିସନ ନମ୍ବର wp(c) 24364/2022ରେ ମାନ୍ୟବର ଉଚ୍ଚନ୍ୟାଳୟ ଏହି ପିଟିସନଙ୍କୁ ଗ୍ରହଣ କରିବାରୁ ଅଞ୍ଚଳର ଚାଷୀଙ୍କ ମୁହଁରେ ଏବେ ଆଶା ସଂଚାର ହୋଇଛି ।

ସାଲେପୁରରୁ ଅଭୟ ଜେନା