କେରାଣ୍ଡୀ ଗ୍ରାମରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି ଜିଲ୍ଲା ଗୋଶାଣି ବ୍ଳକ ଅନ୍ତର୍ଗତ କେରାଣ୍ଡୀ ପଞ୍ଚାୟତ କାର୍ଯ୍ୟାଳୟଠାରୁ ନୂଆ କେରାଣ୍ଡୀ ଓ ପୁରୁଣା କେରାଣ୍ଡୀ ଗ୍ରାମରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଏରୁସୁ ଦଣ୍ଡପାଣି, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କେ. ଚନ୍ଦ୍ରା ରାଓ ଯୋଗ ଦେଇ ସ୍ୱଚ୍ଛ ଭାରତ ଯୋଜନାର ଆଭିମୁଖ୍ୟ ଗ୍ରାମବାସୀଙ୍କୁ ବୁଝାଇଥିଲେ । କାର୍ଯ୍ୟକ୍ରମରେ ଗ୍ରାମର ୱାର୍ଡ଼ ସଭ୍ୟ ସରୋଜ ଜେନା, ଶ୍ରୀକାନ୍ତ ବରାଡ଼, ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡିକର୍ମୀ, ଆଶାକର୍ମୀ ପ୍ରମୁଖ ଉପସ୍ଥିତ ରହି ଗ୍ରାମବାସୀଙ୍କୁ ଡେଙ୍ଗୁ, ମ୍ୟାଲେରିଆ, ଡାଇରିଆ ଉପରେ ସଚେତନତା କରାଇଥିଲେ । ଆଗାମୀ ଦିନରେ ପଞ୍ଚାୟତର ବିଭିନ୍ନ ଗ୍ରାମଗୁଡିକରେ ଏଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଜଣା ପଡ଼ିଛି । ଅପରପକ୍ଷେ ଗାଁରେ ଏଭଳି ସ୍ବାଚ୍ଛତା କାର୍ଯ୍ୟକ୍ରମକୁ ଜନ ସାଧାରଣ ଭୁୟସ ପ୍ରଶଂସା କରିବା ସହ ସ୍ୱାଗତ କରିଛନ୍ତି ।
ଗଜପତିରୁ ବିବେକାନନ୍ଦ ବେହେରା