ଯୁବ ବିଜେଡିର ନୂତନ କାର୍ଯ୍ୟକର୍ତ୍ତା ନିଯୁକ୍ତ !

ଢେଙ୍କାନାଳ: ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁପାରିଶ କ୍ରମେ ଢେଙ୍କାନାଳ ଜିଲ୍ଲାର ଯୁବ ବିଜେଡିର ନୂତନ କାର୍ଯ୍ୟକର୍ତ୍ତା ଚୟନ ହୋଇଛି । ଏ ନେଇ ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଧର୍ମାନନ୍ଦ ପରିଡା ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରିଛନ୍ତି । ଯୁବ ବିଜେଡି ଜିଲ୍ଲା ଉପସଭାପତି ଭାବେ ସୁବ୍ରତ ଆଚାର୍ଯ୍ୟ, ଜିଲ୍ଲା ସମ୍ପାଦକ ଭାବେ ପ୍ରଦ୍ୟୁମ୍ନ କୁମାର ବେହେରା, ହିନ୍ଦୋଳ ବ୍ଲକ ସଭାପତି ଦୁଖବନ୍ଧୁ ପ୍ରଧାନ, ହିନ୍ଦୋଳ ଏନ୍ଏସି ଯୁବ ବିଜେଡି ସଭାପତି ଭାବେ ରୁଦ୍ରନାରାୟଣ ପ୍ରସାଦ ଦାସ ନିଯୁକ୍ତ ହୋଇଛନ୍ତି । ଏ ନେଇ ନବ ନିଯୁକ୍ତ କର୍ମକର୍ତ୍ତା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଢେଙ୍କାନାଳ ଜିଲ୍ଲା ସଭାପତି ତଥା ମାନ୍ୟବର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ହିନ୍ଦୋଳ ବିଧାୟିକା ସୀମାରଣୀ ନାୟକ, ଢେଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ, ସହ ପର୍ଯ୍ୟବେକ୍ଷକ ତପନ ତ୍ରିପାଠୀ, ହିନ୍ଦୋଳ ବ୍ଲକ ସଭାପତି ବରୁଣ କୁମାର ସର, ହିନ୍ଦୋଳ ଏନ୍ଏସି ସଭାପତି ଗୋବିନ୍ଦ ଚନ୍ଦ୍ର ବେହେରାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏଥିସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ହିନ୍ଦୋଳ ବିଧାୟିକା ସେମାନଙ୍କୁ ଦେଇଥିବା ଗୁରୁଦାୟିତ୍ୱକୁ ନିଷ୍ଠାର ସହ ପାଳନ କରିବା ସହ ତୃଣମୂଳ ସ୍ତରରୁ ଜନସାଧାରଣଙ୍କ ପାଇଁ କାର୍ଯ୍ୟ କରିବା ସହ ଦଳ ପାଇଁ ନିଃସ୍ୱାର୍ଥପର ଭାବରେ କାର୍ଯ୍ୟ ସମ୍ପାଦନ କରିବାକୁ ଦୃଢ଼ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି । ଏହି ଅବସରରେ ନୂତନ କାର୍ଯ୍ୟକର୍ତାଙ୍କୁ ବିଜୁ ଜନତା ଦଳର କର୍ମୀମାନେ ସ୍ୱାଗତ ଜଣାଇବା ସହ ଶୁଭେଚ୍ଛା ଜଣାଇଛନ୍ତି ।
ଢେଙ୍କାନାଳରୁ ସୁଜିତ କୁମାର ବେହେରା