ଘରେ ରହି ବିଭିନ୍ନ ପ୍ରକାରର ସର୍ଭିସ୍ ସୁବିଧା ଉପଭୋଗ କରିବାକୁ ଚାହୁଁଥିଲେ ଯୋଗାଯୋଗ କରନ୍ତୁ ଏମ୍.ଟି.ଏ ସହିତ…

ଭୁବନେଶ୍ବର: ହାଉସ କିପିଂଠାରୁ ଆରମ୍ଭ କରି କରପୋରେଟ୍ ସର୍ଭିସ୍, ସିକ୍ୟୁଟିରି ସର୍ଭିସ୍, ହୋମ୍ ସର୍ଭିସ୍, ଏପରିକି ମେଡିକାଲ କେୟାର ସର୍ଭିସ୍ ଭଳି ସେବା ଯୋଗାଉଛି ଏମ୍.ଟି.ଏ ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ । ସୁଲଭ ମୂଲ୍ୟରେ ଏବି ସେବା ପ୍ରଦାନ କରୁଛନ୍ତି ଏମ୍.ଟି.ଏର ନିର୍ଦ୍ଦେଶକ ତପନ କୁମାର ସାହୁ ।

ବର୍ତ୍ତମାନ ସମୟରେ ଥିବା ଲୋକଙ୍କ ସମସ୍ୟାକୁ ଧ୍ୟାନରେ ରଖି ତପନ ଏବି ସର୍ଭିସ୍ ପ୍ରଦାନ କରୁଥିବା ପ୍ରକାଶ କରିଛନ୍ତି । ଏପରିକି ଯଦି କୌଣସି ବ୍ୟକ୍ତିଙ୍କ ଘରେ ଅସୁସ୍ଥ ରୋଗୀ ରହିଛନ୍ତି ଏବଂ ତାଙ୍କ ସେବା ତଥା ଦେଖାଶୁଣା କରିବା ପାଇଁ ଜଣେ ନର୍ସ କିମ୍ବା ଆଟେନାଣ୍ଟଙ୍କୁ ଖୋଜୁଛନ୍ତି ତେବେ ଏମ୍.ଟି.ଏ ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ସହ ଯୋଗାଯୋଗ କରିବାକୁ ତପନ କହିଛନ୍ତି ।

କରୋନା ସମୟରେ ଅନେକ ଏଜେନ୍ସି ସାନିଟାଇଜେସନ୍ କାମ କରୁଥିଲେ । ଏହି ସମୟରେ ତପନ ମଧ୍ୟ ସେହି କାମ କରିବା ସହ ଲୋକଙ୍କ ବିଭିନ୍ନ ସମସ୍ୟାକୁ ଗୁରୁତ୍ବ ଦେଇ ତାର ସମାଧାନ ଦିଗରେ କାର୍ଯ୍ୟ କରିବା ଲାଗି ଏହି ପଦକ୍ଷେପ ଗ୍ରହଣ କରିଥିଲେ । ଯେଉଁଥିପାଇଁ ଆଜି ସେ ଭୁବନେଶ୍ବର ଏବଂ କଟକ ଭଳି ଅଞ୍ଚଳରେ ଭଳ ବ୍ୟବସାୟ କରୁଥିବା ପ୍ରକାଶ କରିଛନ୍ତି । ତେବେ ଭବିଷ୍ୟତରେ ସେ ଏହି ସଂସ୍ଥାକୁ ଆଗକୁ ନେବା ସହ ଆଗାମୀ ଦିନରେ ସମଗ୍ର ଭାରତରେ ଏହାର ଆଉଟଲେଟ୍ ଖୋଲିବାକୁ ପ୍ରୟାସ ଜାରି ରଖିଥିବା କହିଛନ୍ତି ।

ଏମ୍.ଟି.ଏ ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ସହ ଯୋଗାଯୋଗ କରିବା ପାଇଁ ନମ୍ବର ହେଲା- 9337273054 । ଏହା ସହିତ ୱେବସାଇଟ୍ ଜରିଆରେ ଲଗ୍ ଇନ୍ କରି ଆପଣ ନିଜ ଅନୁସାରେ ସୁବିଧା ନେଇପାରିବେ । ତେବେ ଖୁବ୍ ଶୀଘ୍ର କମ୍ପାନୀ ତାର ଆପ୍ ଲଞ୍ଚ କରିବାକୁ ଯାଉଛି । ଏହାଦ୍ବାରା ଲୋକମାନେ ଅତି ସହଜରେ ଘରେ ରହି ସମସ୍ତ ସୁବିଧା ପାଇପାରିବେ ବୋଲି କହିଛନ୍ତି କମ୍ପରାନୀର ନିର୍ଦ୍ଦେଶକ ତପନ କୁମାର ସାହୁ ।