ଓଡିଶା

ମା’ଙ୍କ ଆଗମନ ପୂର୍ବରୁ ଧରାପୃଷ୍ଠକୁ ସଜାଉଛି ଧୋବ ଫରଫର କାଶତଣ୍ଡୀ ସମ୍ଭାର

ଗଜପତି: ଆସୁଛି ପାର୍ବଣ, ହସୁଛି କାଶତଣ୍ଡୀ । ଶରତର ଆଗମନରେ କାଶତଣ୍ଡୀର ସମ୍ଭାର ଦେଖିବାକୁ ମିଳେ । ରାସ୍ତାକଡ଼ଠାରୁ ଆରମ୍ଭ କରି ଚାଷ ଜମି, ନଇପଠା ଯାଏଁ ସବୁଠି ସୁଲୁସୁଲିଆ ପବନରେ ଦୋଦଲ୍ୟମାନ ହେଉଥାଏ କାଶତଣ୍ଡୀ ରାଣୀ । ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଲାଣି କାଶତଣ୍ଡୀର ସମ୍ଭାର । ମଳୟ ପବନରେ ପାର୍ବଣ ଋତୁର ବାସ୍ନା ବାରି ହୋଇ ଗଲାଣି । ମାଆଙ୍କ ଆଗମନରେ ଧୋବ ଫରଫର ଚାଦରରେ ଧରଣୀ ମା’ର ଶୋଭା ମଣ୍ଡନ କରିଛି କାଶତଣ୍ଡୀ ଫୁଲ । କାଶତଣ୍ଡୀ ଫୁଲର ଚାମର ସଂସ୍ପର୍ଶରେ ମାଆ ଦୁର୍ଗା, ଧରା ପୃଷ୍ଠକୁ ଅବତରଣ କରିବେ । ଧାନ ବିଲରେ ଧରଣୀ ରାଣୀ ସବୁଜ ବନାନୀ ଓ କାଶତଣ୍ଡୀ ଫୁଲ ମାଆଙ୍କ ଆଗମନକୁ ଚାହିଁ ରହିଥାଏ । ସତେ ଯେମିତି ମର୍ତ୍ତ୍ୟ ଧାମକୁ ମାଆଙ୍କ ଆଗମନ କରିବା ପାଇଁ ପ୍ରକୃତି ରାଣୀ ସବୁଜ ବନାନୀ ଓ କାଶତଣ୍ଡୀ ଫୁଲରେ ସଜେଇ ହୋଇଛି । ରାସ୍ତାରେ ଯାଉଥିବା ପଥିକଟି ରାସ୍ତାର ଉଭୟ ପାର୍ଶ୍ୱରେ ରହିଥିବା କାଶତଣ୍ଡୀର ଅପୂର୍ବ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାଏ । ପବନ ଲହରୀରେ ଦୋହଲି ଦୋହଲି ଖିଲି ଖିଲି ହସୁଥାଏ କାଶତଣ୍ଡୀ ସମ୍ଭାର । ସକାଳ ଓ ସନ୍ଧ୍ୟାର ସୂର୍ଯ୍ୟ କିରଣର ଆଲୋକରେ କାଶତଣ୍ଡୀର ଅପରୂପ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ । କବି ହେଉ ଅବା ଲେଖକ କାଶତଣ୍ଡୀର ଅପରୂପ ସୌନ୍ଦର୍ଯ୍ୟକୁ ଦେଖି ଉତଫୁଲିତ ହୋଇଯାଆନ୍ତି । ଆଉ କାଶତଣ୍ଡୀର ଏଭଳି ସମ୍ଭାରକୁ ଦେଖି ଆପେ ଆପେ ତାଙ୍କ କଲମରୁ ଝରିପଡେ ଅନେକ କବିତା ସମ୍ଭାର ।

ଗଜପତିରୁ ବିବେକାନନ୍ଦ ବେହେରା

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା