ଜାତୀୟ ପ୍ରତିଯୋଗିତାରେ ଭାଗନେଇ ପ୍ରଶଂସା ସାଉଁଟୁଛନ୍ତି ଅବକାରୀ ବିଭାଗ ଏସ୍.ଆଇ କିଶୋର ଚନ୍ଦ୍ର ରଥ

ମଧ୍ୟପ୍ରଦେଶର ଇନ୍ଦୋର ଜାତୀୟ ଷ୍ଟାଡିୟମରେ ଅନୁଷ୍ଠିତ ସପ୍ତମ ଏସ୍.ବି.କେ.ଏଫ୍ ଗେମ୍ସ ୨୦୨୨ରେ ଭାଗ ନେଇଥିବା କ୍ରୀଡ଼ାବିତ ତଥା ଗଜପତି ଜିଲ୍ଲା ଅବକାରୀ ବିଭାଗର କାର୍ୟ୍ୟରତ ଏସ୍.ଆଇ କିଶୋର ଚନ୍ଦ୍ର ରଥ ଦୁଇଟି ବିଭାଗରେ କୃତିତ୍ବ ହାସଲ କରିଥିବା ଜଣାପଡ଼ିଛି । ସେ ମୋଟ ୩ଟି ବିଭାଗର ପ୍ରତିଯୋଗିତାରେ ଭାଗନେଇ ୨ଟି ରୌପ୍ୟ ଏବଂ ୩ଟି କାଂସ୍ୟ ପଦକ ହାସଲ କରିଛନ୍ତି ।


ସୂଚନା ଅନୁସାରେ, ଜାତୀୟସ୍ତର କ୍ରୀଡ଼ା ପ୍ରତିଯୋଗିତାରେ ସମଗ୍ର ଭାରତ ବର୍ଷର ୫୦ ରୁ ୭୦ ବର୍ଷ ବୟସ୍କର କ୍ରୀଡାବିତ୍ ଭାଗ ନେଇଥିଲେ । ସେଥିରେ ଓଡ଼ିଶା ତଥା ଗଜପତି ଜିଲ୍ଲାର କିଶୋର ଚନ୍ଦ୍ର ରଥ ଭାଗ ନେଇ ପ୍ରଶଂସିତ ହୋଇଛନ୍ତି । ସେ ୧୦୦ ମିଟର ଦୌଡ଼ ପ୍ରତିଯୋଗିତା ଏବଂ ଟ୍ରିପୁଲ ଜମ୍ପ୍ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ହାସଲ କରି ରୌପ୍ୟ ପଦକ ପାଇଥିବାବେଳେ ଲଙ୍ଗ ଜମ୍ପରେ ତୃତୀୟ ସ୍ଥାନ ଦଖଲ କରି କାଂସ୍ୟ ପଦକ ପାଇ ରାଜ୍ୟ ତଥା ଜିଲ୍ଲା ପାଇଁ ଗୌରବ ଆଣି ପାରିଛନ୍ତି ।
ପୂର୍ବରୁ ଏସ୍.ଆଇ କିଶୋର ବିଭିନ୍ନ ଜାତୀୟ ସ୍ତରରେ ହେଉଥିବା କ୍ରୀଡ଼ାରେ ଅଂଶ ଗ୍ରହଣ କରି ପଦକ ହାସଲ କରିଛନ୍ତି । ତେବେ ସେ ଏହି ପଦକ ହାସଲ କରିବା ପରେ ତାଙ୍କ ନିକଟକୁ ବିଭିନ୍ନ ମହଲରେ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।
ଗଜପତିରୁ ବିବେକାନନ୍ଦ ବେହେରା