ଜଟଣୀ ପୋଲିସକୁ ସଫଳତା !

ଜଟଣୀ ପୋଲିସକୁ ବଡ ସଫଳତା । ଜଟଣୀ ସ୍ଥିତ ମଧୁସୂଦନ ନଗର ଅଞ୍ଚଳରୁ ବୋଲେରୋ ଚୋରି ଘଟଣାରେ ସମ୍ପୃକ୍ତ ଦୁଅ ଅପରାଧୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ଜଟଣୀ ପୋଲିସ । ଗିରଫ ଅଭିଯୁକ୍ତଦ୍ବୟ ହେଲେ ବେଣାପଞ୍ଜରୀ ଗ୍ରାମର ମହମ୍ମଦ ମୁସ୍ତାକ୍ ଏବଂ ବିଶ୍ବଜିତ୍ ପାଲଟାସିଂ । ପୋଲିସ ସେମାନଙ୍କ ନିକଟରୁ ବିଭିନ୍ନ କମ୍ପାନୀର ୬ଟି ଗାଡି ଏବଂ ଗୋଟିଏ ମୋବାଇଲ ଫୋନ୍ ଜବତ କରିଛି । ଅଭିଯୁକ୍ତଦ୍ବୟ ଅନ୍ୟ ସଙ୍ଗୀନ ଅପରାଧିକ ମାମଲାରେ ସଂଶ୍ଲୀଷ୍ଟ ଥିବା ପୋଲିସ ସୂତ୍ରରୁ ପ୍ରକାଶ ପାଇଛି । ସୂଚନା ଅନୁସାରେ, ମଧୁସୂଦନ ନଗର ନିବାସୀ ଦିଲ୍ଲାପ କୁମାର ଭୁଜବଳ ଗତ ମେ ମାସ ୧୪ ତାରିଖରେ ଏକ ବୋଲେରୋ ଗାଡି ଚୋରି ହେଇଥିବା ନେଇ ଜଟଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ଜଟଣୀରୁ ପ୍ରଶାନ୍ତ କୁମାର ସାହୁ