କ୍ରୀଡା ମନୋରଞ୍ଜନ

ନୂଆ ରୂପରେ ଫିଲ୍ଡରେ କମାଲ ଦେଖାଇବ ଭାରତୀୟ ଦଳ

ନୂଆ ଜୋସ୍ ସହ ନୂଆ ଆଶା ଏବଂ ନୂଆ ଲୁକ୍ ନେଇ ଫିଲ୍ଡକୁ ଅବତୀର୍ଣ୍ଣ କରିବ ଟିମ୍ ଇଣ୍ଡିଆ । ଗ୍ୟାଲେରୀରେ ପରିଚିତ ମ୍ୟାନ୍ ଇନ୍ ବ୍ଲୁ ଏବେ ନୂଆ ରଙ୍ଗରେ ଦର୍ଶକଙ୍କୁ ରଙ୍ଗେଇବେ । ବିସିସିଆଇ ପକ୍ଷରୁ ଏହି ନୂଆ ଜର୍ସିର ଆଉଟଲୁକ୍ ଟ୍ବିଟ୍ କରାଯାଇଛି । ଆଗାମୀ ଟି୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ନୂଆ ଜର୍ସି ପିନ୍ଧିବ ।

2007 ମସିହା ଟି20 ୱାର୍ଲ୍ଡ କପ୍ ଜର୍ସି ଭଳି ଏହାର ରଙ୍ଗ ଲାଇଟ୍ ସେଡ୍ ବ୍ଲୁ ରହିଛି । ଏଥିରେ ଥିବା ତ୍ରିଭୁଜାକାର ଆକୃତିର ଅର୍ଥ ହେଉଛି ପ୍ରଶଂସକଙ୍କ ଶକ୍ତି, ସାମର୍ଥ୍ୟ ଏବଂ ଉତ୍ସାହ । ସେହିପରି ନୂଆ ଜର୍ସିରେ ଥିବା ପେଟାଲ୍ସ ବିସିସିଆଇର ଲୋଗୋରୁ ପ୍ରେରଣା ପାଇଥିବାବେଳେ ଏହା ଦଲର ଯୋଗ୍ୟତା ଏବଂ ନିଷ୍ଠାପରତାକୁ ବୁଝାଉଛି । ଅପରପକ୍ଷେ ଜର୍ସିରେ ଥିବା 3ଟି ଷ୍ଟାର ଭାରତୀୟ ଦଳର 3ଟି ୱାର୍ଲ୍ଡ କପ୍ ବିଜୟ ଉଲ୍ଲାସକୁ ଅଙ୍କିତ କରିଛି ।

ବିସିସିଆଇ ପକ୍ଷରୁ ପୋଷ୍ଟ ହୋଇଥିବା ଫଟୋରେ କ୍ୟାପଟେନ୍ ରୋହିତ ଶର୍ମାଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବଙ୍କ ସହ ମହିଳା କ୍ରିକେଟ୍ ଟିମ୍ ଅଧିନାୟକ ହରମନପ୍ରିତ କୋର୍, ରେଣୁକା ସିଂହ, ଶେଫାଳୀ ବର୍ମା ନଜର ଆସିଛନ୍ତି ।

ସେପ୍ଟେମ୍ବର ୨୦ ତାରିଖରୁ ମୋହାଲିରେ ଅଷ୍ଟ୍ରେଲିଆ ବିପକ୍ଷରେ ଅନୁଷ୍ଠିତ ହେବାକୁ ଥିବା ଟି୨୦ ସିରିଜ୍ ସମୟରେ ଟିମ୍ ଇଣ୍ଡିଆ ନୂଆ ଜର୍ସିରେ ଫିଲ୍ଡକୁ ଓହ୍ଲାଇବ । ଏସିଆ କପ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଟିମ୍ ଇଣ୍ଡିଆ ପାଇଁ ଏହି ସିରିଜ୍ ବେଶ ଗୁରୁତ୍ୱବହନ କରୁଛି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

କ୍ରୀଡା

ରେକର୍ଡ କଲେ ଏଜାଜ୍, ଭାରତର ପ୍ରଥମ ଇନିଂସରେ ଏକାକୀ ହାସଲ କଲେ୧୦ ଉଇକେଟ

ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଇତିହାସ ରଚିଛନ୍ତି ଭାରତୀୟ ବଂଶୋଦ୍ଭବ ଏଜାଜ ପଟେଲ । ଭାରତର ପ୍ରଥମ ଇନିଂସରେ ଏକାକୀ ସମସ୍ତ ୧୦ ଉଇକେଟ ଅକ୍ତିଆର କରି