ରାଷ୍ଟ୍ରୀୟ କ୍ରୀଡା ଦିବସରେ ତୃଣମୂଳ ସ୍ତରରେ କ୍ରୀଡା ସଂସ୍କୃତିକୁ ସଶକ୍ତ କରିବା ପାଇଁ ପ୍ରତିଶ୍ରୁତି

ଭୁବନେଶ୍ୱର: ରାଷ୍ଟ୍ରୀୟ କ୍ରୀଡ଼ା ଦିବସରେ ବେଦାନ୍ତ ଆଲୁମିନିୟମ ଯୁବ ପ୍ରତିଭାଧାରୀଙ୍କ ଅଂଶଗ୍ରହଣ ସହିତ କ୍ରୀଡ଼ା ସଂସ୍କୃତିକୁ ମଜବୁତ କରିବା ପାଇଁ ପ୍ରତିଶ୍ରୁତି ଦେଇଛି । ଏହି ଲକ୍ଷ୍ୟକୁ ପୂରଣ କରିବା ଉଦେ୍ଦଶ୍ୟରେ ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ା, ଲାଂଜିଗଡ଼ (କଳାହାଣ୍ଡି ଜିଲ୍ଲା) ଏବଂ ନିକଟବର୍ତୀ ଅଂଚଳରେ ଅନେକ କ୍ରୀଡ଼ା ଫର୍ମାଟ, ର୍କା୍ୟକ୍ରମକୁ ସକ୍ରିୟ ଭାବେ ସମର୍ଥନ କରି ଆସୁଛି । ଯୁବକମାନଙ୍କୁ କ୍ରୀଡ଼ା କ୍ଷେତ୍ରରେ ଉତ୍ସାହ ପ୍ରଦାନ , ସେମାନଙ୍କୁ ଉପୁକ୍ତ ତାଲିମ ପ୍ରଦାନ କରିବାରେ କମ୍ପାନି ପକ୍ଷରୁ ସହାୟତା ଦିଆଯାଉଛି । ଏହା ଦ୍ୱାରା ସମାନ୍ତରାଳ ଭାବେ ରାଷ୍ଟ୍ରୀୟ କ୍ରୀଡ଼ା କ୍ଷେତ୍ରରେ ଗ୍ରାମାଂଚଳରୁ ପ୍ରତିନିଧିତ୍ୱ ବୃଦ୍ଧି ପାଇଁ ଇକୋ ସିଷ୍ଟମ ସୃଷ୍ଟି କରୁଛି ।
ଝାରସୁଗୁଡ଼ାରେ ରାଷ୍ଟ୍ରୀୟ କ୍ରୀଡ଼ା ଦିବସ ପାଳନ କରି ଓଡ଼ିଶା ପାଇଁ ଅଖିଳ ଭାରତୀୟ ଫୁଟବଲ ସଂଘର ସହବନ୍ଧିତ ଏକାଡେମି ସହଭାଗିତାରେ ଯୁବକମାନଙ୍କ ପାଇଁ ଏକ ଫୁଟବଲ ଦକ୍ଷତା କୌଶଳ ଆୟୋଜନ କରାାଇଥିଲା । ଏହା ପରେ ଝାରସୁଗୁଡ଼ାର ମା ସମଲେଶ୍ୱରୀ ନଗର, ବଘିଆମାଳ, ବନଜାରୀ ଓ କୁରେବଗା ଗ୍ରାମର ଦଳ ମଧ୍ୟରେ ତିନୋଟି ମ୍ୟାଚ ଆୟୋଜିତ ହୋଇଥିଲା । ମା ସମଲେଶ୍ୱରୀ ନଗର ବିଜୟୀ ଟିମ ଭାବରେ ଓ କୁରେବଗା ରନର ଅ ହୋଇଥିଲା ।
ସମ୍ପ୍ରତି ବେଦାନ୍ତ ଆଲୁମିନିୟମ ମଧ୍ୟ “ ମୋ ସ୍କୁଲ ହକି ଟୁର୍ଣ୍ଣାମେଂଟ’ରେ ଅଂଶ ଗ୍ରହଣ କରିଥିବା ଖେଳାଳୀଙ୍କ ପାଇଁ କ୍ରୀଡ଼ା ଗିୟର ପରିଚାଳନା କରିଥିଲା । ଯେଉଁଥିରେ କମ୍ପାନି ଜିଲ୍ଲା ହକି ଆସୋସିଏସନ, ଜିଲ୍ଲା ପ୍ରଶାସନ ଓ ଝାରସୁଗୁଡ଼ାର ଜିଲ୍ଲା ଶିକ୍ଷା ବିଭାଗ ସହ ସହଭାଗୀ ହୋଇଥିଲା । ସୁନ୍ଦରଗଡ଼ ଜିଲ୍ଲାର ମେନ୍ଦ୍ରା ଗ୍ରାମରେ କମ୍ପାନି ସ୍ଥାନୀୟ ପିଲାମାନଙ୍କୁ ଭଲିବଲ ଓ କ୍ରିକେଟ କିଟ ପ୍ରଦାନ କରିଛି । ଏହାସହ କୋରାପୁଟରେ ଏକ ଭଲିବଲ ଟୁର୍ଣ୍ଣାମେଂଟ ଆୟୋଜନ କରିଥିଲା ଯେଉଁଥିରେ ୧୬ଟି ଟିମ ଅଂଶଗ୍ରହଣ କରିଥିଲେ ।
ଲାଂଜିଗଡ଼, କଳାହାଣ୍ଡିରେ କରାଟେ ଓ ଆର୍ଚ୍ଚେରୀ ପ୍ରତିଯୋଗିତାରେ ୨୮ରୁ ଅଧିକ ପିଲା ଓ ଯୁବକମାନେ ଭାଗ ନେଇଥିଲେ । କରାଟେ ପ୍ରତିଯୋଗିତାରେ ବିଜେତା ହିତେଶ କୁମାର ମହାକୁଡ଼ ଓ ୨୦ ମିଟର ଓ ୩୦ ମିଟର ବର୍ଗରେ ତୀରନ୍ଦାଜ ପ୍ରତିଯୋଗିତାରେ ଜୁଲି ମୁଣ୍ଡା ଓ ସିମାଂଚଳ ମାଝି ଥିଲେ । ଶ୍ରୀମତୀ ସରସ୍ୱତୀ ମୁଣ୍ଡା, ସରପଂଚ-ଲାଂଜିଗଡ଼ ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ । କମ୍ପାନି ଲାଂଜିଗଡ଼ର ଏସଏସଡି ହାଇସ୍କୁଲରେ ତୀରନ୍ଦାଜରେ ୪୦ ଓ କରାଟେରେ ୬୦ ଜଣ ଛାତ୍ର ଛାତ୍ରୀଙ୍କୁ ତାଲିମ ସହାୟତା ପ୍ରଦାନ କରୁଛି । ସେମାନେ ରାଜ୍ୟ ତଥା ରାଷ୍ଟୀୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ସଫଳତା ପାଇଛନ୍ତି । ବେଦାନ୍ତ ଆଲୁମିନିୟମ ପକ୍ଷରୁ ମଧ୍ୟ କଳାହାଣ୍ଡିରୁ ତୀରନ୍ଦାଜରେ ରାଷ୍ଟ୍ରୀୟ ଚାଂପିୟନ ଆଖ୍ୟା ଅର୍ଜନ କରିଥିବା ସିମାଂଚଳ କାଦରକାଙ୍କ ଉପରେ ଏକ ସଂକ୍ଷିପ୍ତ ଫିଲମର ଶୁଭାରମ୍ଭ କରାାଇଛି । ଏଥିରେ ଦାରିଦ୍ର୍ୟତା ମଧ୍ୟରୁ ଜଣେ ସଫଳ ତୀରନ୍ଦାଜୀ ହେବାର ଗୌରବ କାହାଣୀକୁ ଉପସ୍ଥାପିତ କରାାଇଛି ।