ଓଡିଶା ଯ଼ୋଗାଯ଼ୋଗ

ଚକ୍ଷୁଦାନ ପକ୍ଷରେ ଏଲଭିପିଇଆଇ ତରଫରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ

ଭୁବନେଶ୍ୱର : ଚକ୍ଷୁ ଦାନର ଗୁରୁତ୍ୱ ବିଷୟରେ ଜନସଚେତନତା ସୃଷ୍ଟି କରିବା ଏବଂ ମୃତ୍ୟୁ ପରେ ଚକ୍ଷୁଦାନ ପାଇଁ ଲୋକଙ୍କୁ ଶପଥ ନେବାକୁ ପ୍ରେରଣା ଦେବା ପାଇଁ ପ୍ରତିବର୍ଷ ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୮ ପର୍ଯ୍ୟନ୍ତ ଜାତୀୟ ଚକ୍ଷୁଦାନ ପକ୍ଷ ପାଳନ କରାଯାଏ । ବର୍ଷସାରା ଏବଂ ବିଶେଷ କରି, ଚକ୍ଷୁ ଦାନ ପକ୍ଷରେ, ଏଲ ଭି ପ୍ରସାଦ ଆଇ ଇନ୍ଷ୍ଟିଚୁ୍ୟଟ୍ (ଏଲଭିପିଇଆଇ) ଲୋକଙ୍କ ମଧ୍ୟରେ ଚକ୍ଷୁ ଦାନ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରିଥାଏ ଏବଂ ଚକ୍ଷୁ ସଂଗ୍ରହର ବିଭିନ୍ନ ଦିଗ ଉପରେ ଚକ୍ଷୁ ଯତ୍ନ କର୍ମଚାରୀଙ୍କ ପାଇଁ ଶିକ୍ଷାମୂଳକ କାର୍ଯ୍ୟକ୍ରମ ମଧ୍ୟ ଯୋଜନା କରାଯାଇଛି । ଏହାର ଉଦେ୍ଦଶ୍ୟ ହେଉଛି ଗୁଣାତ୍ମକ କର୍ଣ୍ଣିଆ ଟିସୁ ଉପଲବ୍ଧ କରାଇବା, ଫଳରେ ନେତ୍ରପଟ୍ଟଳ ଦୃଷ୍ଟିହୀନତା (କର୍ଣ୍ଣଆଲ୍ ବ୍ଲାଇଣ୍ଡନେସ୍)ର ମୁକାବିଲା କରିବାରେ ପ୍ରତିବନ୍ଧକ ରହିବ ନାହିଁ ।

କର୍ଣ୍ଣିଆ ରୋଗ ଭାରତରେ ଦୃଷ୍ଟିହୀନତାର ଏକ ପ୍ରମୁଖ କାରଣ । ଭାରତର ୧୦ ନିୟୁତ ଦୃଷ୍ଟିହୀନ ଲୋକଙ୍କ ମଧ୍ୟରୁ ୨ ନିୟୁତରୁ ଅଧିକ ନେତ୍ରପଟ୍ଟଳ ଦୃଷ୍ଟିହୀନତାର ପ୍ରଭାବିତ ଏବଂ ସେମାନଙ୍କ ମଧ୍ୟରୁ ୬୦ ପ୍ରତିଶତଙ୍କ ବୟସ ହେଉଛି ୨ବର୍ଷରୁ କମ୍ । ଏହା କର୍ଣ୍ଣିଆ ରୋଗ, ଆଘାତ କିମ୍ବା ସଂକ୍ରମଣ ହେତୁ ହୋଇପାରେ ଯେଉଁଠାରେ ଆଖିର କର୍ଣ୍ଣିଆ ଅସ୍ୱଚ୍ଛ ହୋଇଯାଏ ବା ଆଖିକୁ ଦେଖାଯାଏ ନାହିଁ । ନେତ୍ରପଟ୍ଟଳ ଦୃଷ୍ଟିହୀନତାର ଆରୋଗ୍ୟ ପାଇଁ ଏକମାତ୍ର ଉପଚାର ପଦ୍ଧତି ହେଉଛି କର୍ଣ୍ଣିଆ ପ୍ରତିରୋପଣ । ଏହା ଏକ ଅସ୍ତ୍ରୋପଚାର ପ୍ରକ୍ରିୟା ଯେଉଁଥିରେ କ୍ଷତିଗ୍ରସ୍ତ କର୍ଣ୍ଣିଆକୁ ବାହାର କରି ସେହି ସ୍ଥାନରେ ଚକ୍ଷୁଦାନକାରୀ ବ୍ୟକ୍ତିଙ୍କ ସୁସ୍ଥ କର୍ଣ୍ଣିଆ ଲଗାଯାଏ । ତେବେ ଚକ୍ଷୁଦାନକୁ ନେଇ ଜନସଚେତନତାର ଅଭାବ, ଭ୍ରାନ୍ତଧାରଣା ଏବଂ ଭୟ କାରଣରୁ ଲୋକମାନେ ଚକ୍ଷୁଦାନ କରିବାକୁ ଆଗଭର ହେଉନାହାନ୍ତି । ଭାରତରେ ବର୍ତମାନ ଯେତିକି କର୍ଣ୍ଣିଆ ସଂଗ୍ରହ ହେଉଛି ତାହା କର୍ଣ୍ଣିଆ ପ୍ରତିରୋପଣ ଅସ୍ତ୍ରୋପଚାର ଆବଶ୍ୟକ କରୁଥିବା ରୋଗୀଙ୍କ ମଧ୍ୟରୁ କେବଳ ଏକ ଚତୁର୍ଥାଂଶ ଲୋକଙ୍କ ଆବଶ୍ୟକତା ପୂରଣ କରିପାରୁଛି ।

ଏହି ଅବସରରେ ଡକ୍ଟର ସୁଜାତା ଦାସ, ମେଡିକାଲ ଡାଇରେକ୍ଟର, ଦୃଷ୍ଟିଦାନ ଆଇ ବ୍ୟାଙ୍କ, ଭୁବନେଶ୍ୱର, ଏଲ୍ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ କହିଛନ୍ତି ଯେ, “ଆମେ ଲୋକଙ୍କୁ ଅନୁରୋଧ କରୁଛି, ସେମାନେ ଆଗକୁ ଆସନ୍ତୁ ଏବଂ ଚକ୍ଷୁ ଦାନ ପାଇଁ ଶପଥ ନିଅନ୍ତୁ । ସେହିପରି ଶପଥ ନେଉଥିବା ବ୍ୟକ୍ତି ନିଜର ଶପଥ କଥା ଅନ୍ୟକୁ ଜଣାଇବା, ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ନିଜର ଚକ୍ଷୁ ଦାନ କରିବାକୁ ଏବଂ ତାଙ୍କର ମୃତ୍ୟୁ ପରେ ଏହାକୁ କାର୍ଯ୍ୟକାରୀ କରିବାକୁ ଅନୁରୋଧ କରିବା ଗୁରୁତ୍ୱପୂର୍ଣ୍ଣ ଅଟେ । ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ହିଁ ଚକ୍ଷୁଦାନ ହୋଇପରିବ ଏବଂ ଏଥିରେ ତାଙ୍କ ପରିବାର ସଦସ୍ୟଙ୍କ ସହମତି ଆବଶ୍ୟକ । ଚକ୍ଷୁଦାନ କରି, ଆମେ ଦୁନିଆ ଦେଖିବାରୁ ବଂଚିତ କୌଣସି ଜଣେ ବ୍ୟକ୍ତିଙ୍କୁ ଦୃଷ୍ଟିଶକ୍ତି ଉପହାର ଦେଇପାରିବା ଏବଂ ମୃତ ବ୍ୟକ୍ତିଙ୍କ ସ୍ମୃତିକୁ ଜୀବନ୍ତ ରଖିପାରିବା’ ।

ଏଲଭିପିଇଆଇ ଚକ୍ଷୁ ଦାନ ହେଲ୍ପଲାଇନ୍- 0674 2653006 / 9337704637

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା