ବେଗୁନିଆପଡ଼ା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ରହୁ ନଥିବା ନେଇ ଅଭିଯୋଗ: ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ବେଗୁନିଆପଡ଼ା: ଦୀର୍ଘ ଦିନର ବ୍ୟବଧାନ ପରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଜନ ଶୁଣାଣି ଶିବିରରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ହଜାର ହଜାର ସଂଖ୍ୟାରେ ଲୋକେ ଅଭିଯୋଗ ନେଇ ଆସିଥିବା ଦେଖିବାକୁ ମିଳିଥିଲା ।

ଏଥିରେ ପ୍ରାୟ ୨୮୦ରୁ ଅଧିକ ଅଭିଯୋଗ ସଂପର୍କରେ ଲୋକେ ଦରଖାସ୍ତ ଦେଇଥିବା ବେଳେ ଅଧିକାଂଶ ଅଭିଯୋଗ ଆବାସ ଗୃହ, ଭତ୍ତା ପ୍ରଦାନ, ରାସନ କାର୍ଡ, କାଳିଆ ଯୋଜନାରେ ସାମିଲ ସଂପର୍କିତ ଥିବା ସୂଚନା ମିଳିଛି । ଅନ୍ୟ ପକ୍ଷରେ ବେଗୁନିଆପଡ଼ାରେ ଏକ ବସଷ୍ଟାଣ୍ଡ ଓ ଯାତ୍ରୀ ବିଶ୍ରାମଗାର କିପରି ତୁରନ୍ତ ନିର୍ମିତ ହୋଇ ପାରିବ ସେ ନେଇ ଆଲୋଚନା ହୋଇଥିଲା ।

ଏତଦ୍ ବ୍ୟତୀତ ବେଗୁନିଆପଡ଼ା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ରହୁ ନଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଆଭିଯୋଗ ହୋଇଥିବା ବେଳେ ବିଭାଗୀୟ ଅଧିକାରୀଙ୍କୁ ଏ ନେଇ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ।
ବେଗୁନିଆପଡାରୁ ବାପୁନି କୁମାର ମାଲୁ