ଏସସିବି ଗଲେ ପଦ୍ମଶ୍ରୀ କମଳା ପୂଜାରୀ

ଜୟପୁର: ପଦ୍ମଶ୍ରୀ କମଳା ପୂଜାରୀଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗତ ରବିବାର ଦିନ କମଳା ପୂଜାରୀ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଦିଲୀପ କୁମାର ବିଶ୍ଵାଳ କହିଛନ୍ତି ।

ସେ କହିଛନ୍ତି ଯେ, କମଳା ପୂଜାରୀଙ୍କୁ ଝାଡ଼ା ଓ ଜ୍ୱର ହେଉଥିଲା । ଚିକିତ୍ସା ପରେ ତାଙ୍କର ଝାଡ଼ା ଓ ଜ୍ୱର କମିଯାଇଛି । ତେବେ ତାଙ୍କର ରକ୍ତ ଓ ପରିଶ୍ରା ପରୀକ୍ଷା କରିବା ପରେ ୟୁରିଆ ଓ କ୍ରେଟିନ୍ ଅଧିକ ଆସିବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ତାଙ୍କ ଅବସ୍ଥା ବର୍ତ୍ତମାନ ଭଲ ରହିଛି । କୃଷି କ୍ଷେତ୍ରରେ ପ୍ରମୁଖ ଅବଦାନ ପାଇଁ କମଳା ପୂଜାରୀଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା ।
ବୋରିଗୁମ୍ମାରୁ ବିଘ୍ନେଶ୍ବର ଷଡଙ୍ଗୀ