ମହଙ୍ଗା ପଡିଲା ଷୋହଳ ବୟସୀ ପ୍ରେମ ! ପ୍ରେମାଳପ ଅଡିଓ ଭାଇରାଲ ପରେ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଚପଲରେ ନିର୍ଦ୍ଧୁମ ଛେଚିଲେ ପତ୍ନୀ

ମହଙ୍ଗା ପଡିଲା ଛାତ୍ରୀଙ୍କ ସହ ପ୍ରେମ ସମ୍ପର୍କ । ଅଧ୍ୟାପକଙ୍କୁ ଚପଲରେ ନିର୍ଦ୍ଧୁମ ଛେଚିଲେ ପତ୍ନୀ । ସୂଚନା ଅନୁସାରେ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ସେହି ବିଭାଗର ଜଣେ ଛାତ୍ରୀଙ୍କ ସହ ପ୍ରେମାଳପ ଅଡିଓ ଭାଇରାଲ ହୋଇଥିଲା । ଆଉ ଅଡିଓ ଭାଇରାଲ ପରେ ପତ୍ନୀଙ୍କ ରଣଚଣ୍ଡୀ ରୂପର ଦର୍ଶନ କରିଛନ୍ତି ଆସିଷ୍ଟାଣ୍ଟ ପ୍ରଫେସର ମହୋଦୟ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପିଜି କାଉସିଲ୍ ମଧ୍ୟରେ ଥିବା ଆସିଷ୍ଟାଣ୍ଟ ପ୍ରଫେସରଙ୍କ ରୁମକୁ ଆସି ଚପଲରେ ନିର୍ଦ୍ଧୁମ ଛେଚିଛନ୍ତି ପ୍ରଫେସରଙ୍କ ପତ୍ନୀ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ବ୍ରହ୍ମପୁରରୁ ନିକୁଞ୍ଜ ବିହାରୀ ପଟ୍ଟନାୟକ