ଓଡିଶା

ଏମକେସିଜି ମେଡିକାଲରେ ବିରଳ ଅସ୍ତ୍ରୋପଚାର, ଯୁବକଙ୍କ ପେଟରୁ ବାହାରିଲା ଷ୍ଟିଲ୍‌ ଗ୍ଲାସ୍‌

ମଦ୍ୟପଙ୍କ ଉନ୍ମତ୍ତ କାଣ୍ଡ । ବନ୍ଧୁଗଣ ମିଶି ମଦ୍ୟପାନ କଲେ । ଆଉ ନିଶାଶକ୍ତ ଅବସ୍ଥାରେ ଅନ୍ୟ ଜଣେ ମଦ୍ୟପ ବନ୍ଧୁଙ୍କ ମଳଦ୍ୱାରରେ ଏକ ଷ୍ଟିଲ ଗ୍ଲାସ ପୁରେଇ ଦେଲେ । ପ୍ରାୟ ୮ ଦିନ ଧରି ଗ୍ଲାସ୍‌ ମଳଦ୍ୱାରରେ ରହିବା ପରେ ଧୀରେ ଧୀରେ ପେଟକୁ ପଳାଇଥିଲା । ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେବାରୁ ଡାକ୍ତରଙ୍କ ପାଖକୁ ଯାଇ ଅପରେସନ ହେଇଛନ୍ତି ଜଣେ ୪୫ବର୍ଷୀୟ ଯୁବକ । ବ୍ରହ୍ମପୁର ଏମ୍‌କେସିଜିରେ ସଂପୃକ୍ତ ଯୁବକଙ୍କ ଅସ୍ତ୍ରୋପଚାର କରାଯାଇ ଷ୍ଟିଲ୍‌ ଗ୍ଲାସ୍‌ ପେଟରୁ ବାହାର କରାଯାଇଛି । ବର୍ତ୍ତମାନ ସେ ସୁସ୍ଥ ଥିବା ବେଳେ ତାଙ୍କର ଚିକିତ୍ସା ଜାରି ରହିଛି ।

ବ୍ୟକ୍ତି ଜଣକ ଗୁଜୁରାଟର ସୁରଟକୁ ଯାଇ ସେଠାରେ ସୂତା କଳରେ କାମ କରୁଥିଲେ । ପ୍ରାୟ 10 ଦିନ ପୂର୍ବରୁ, ସେ ନିଜ ସାଙ୍ଗମାନଙ୍କ ସହିତ ମଦ୍ୟପାନ କରୁଥିବାବେଳେ ସେମାନେ ନିଶାସକ୍ତ ଅବସ୍ଥାରେ ତାଙ୍କ ମଳଦ୍ୱାରରେ ଷ୍ଟିଲ୍ ଗ୍ଲାସ୍ ଭର୍ତ୍ତି କରିଦେଇଥିଲେ । ଯନ୍ତ୍ରଣା ଅସହ୍ୟ ହେବାରୁ ସେ ସୁରଟ ଛାଡି ନିଜ ଗାଁକୁ ଫେରି ଆସିଥିଲେ । ପରେ ପେଟ ଓ ଗୋଡ଼ ଫୁଲିବାରେ ଲାଗିଥିଲା ।

ପୀଡ଼ା ଅସହ୍ୟ ହେବା ପରେ ସେ ଏମକେସିଜି ଡାକ୍ତର ଟିମ ସହ ପରାମର୍ଶ କରିବା ସହ ଘଟଣା ସଂପର୍କରେ କହିଥିଲେ । ଏକ୍ସରେ ପରେ ଏମକେସିଜିର ଡାକ୍ତରୀ ଟିମ୍ ଗତ ୧୯ ତାରିଖରେ ତାଙ୍କ ଅସ୍ତ୍ରୋପଚାର କରିଥିଲେ। ଡାକ୍ତରୀ ଟିମ୍‌  ପ୍ରଥମେ ମଳଦ୍ୱାର  ଦେଇ ଗ୍ଲାସକୁ ବାହାର କରିବାକୁ ଚେଷ୍ଟା କରିଥିଲେ  । ମାତ୍ର ବିଫଳ ହେବା ପରେ ପେଟ ଅପରେସନ କରି ତାହାକୁ ବାହାର କରିଥିଲେ । ଅପରେସନ ପରେ ବ୍ୟକ୍ତି ଜଣଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।

ବ୍ରହ୍ମପୁରରୁ ନିକୁଞ୍ଜ ବିହାରୀ ପଟ୍ଟନାୟକ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା