ଘୁଞ୍ଚିଲା ଆସନ୍ତା ୨୧ ତାରିଖରେ ହେବାକୁ ଥିବା ASO ଲିଖିତ ପରୀକ୍ଷା

ରାଜ୍ୟରେ ଲାଗି ରହିଥିବା ବନ୍ୟା ବିତ୍ପାତ ପାଇଁ ଆସନ୍ତା ୨୧ ତାରିଖରେ ହେବାକୁ ଥିବା ASO ଲିଖିତ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ଏହି ପରୀକ୍ଷା ନିମନ୍ତେ ନୂଆ ତାରିଖ ବିଧିବଦ୍ଧ ଭାବେ ଘୋଷଣା କରାଯାଇନାହିଁ । ପରୀକ୍ଷା ଘୁଞ୍ଚିବା ନେଇ OPSC ପକ୍ଷରୁ ସୂଚନା ଦିଆଯାଇଛି ।
ଅଗଷ୍ଟ ୨୧ ତାରିଖ ରବିବାର ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର ପରୀକ୍ଷା ନିମନ୍ତେ ଦିନ ଧାର୍ଯ୍ୟ କରାଯାଇଥିଲା । ମାତ୍ର ଓପିଏସସି ବିଜ୍ଞପ୍ତିରେ ଅନୁସାରେ, ରାଜ୍ୟରେ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଏହାର ଲିଖିତ ପରୀକ୍ଷା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ନୂଆ ତାରିଖ ଖୁବଶୀଘ୍ର ଘୋଷଣା ହେବ ବୋଲି ସୂଚନା ଦିଆଯାଇଛି ।