ବାଉଁଶପୋଖରୀ ପଂଚାୟତ ପଣସପାଳ ପ୍ରୋଜେକ୍ଟ ସାମ୍ନାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘଟଣା ସ୍ଥଳରେ ଜଣେ ମୃତ, ଜଣେ ଗୁରୁତର । ସୂଚନା ଅନୁସାରେ, ହିନ୍ଦୋଳ ଥାନା ଅନ୍ତର୍ଗତ ହିନ୍ଦୋଳ ଏନ୍ଏସି ୱାର୍ଡ଼ ନଂ-୧୫ ଆଲୁସିଂ ଗ୍ରାମର ଟିକେଇ ସାହୁଙ୍କ ପୁଅ ପ୍ରଶାନ୍ତ ସାହୁ ଏବଂ କୁଞ୍ଜ ସାହୁଙ୍କ ପୁଅ ତ୍ରିନାଥ ସାହୁ ଓଡ଼ି-୧୯ଏଲ୍-୯୫୪୧ ଯୋଗେ ଅନୁଗୁଳ ଆଡୁ ଫେରୁଥିବା ସମୟରେ ବାଉଁଶପୋଖରୀ ପଂଚାୟତ ପଣସପାଳ ପ୍ରୋଜେକ୍ଟ ସାମ୍ନାରେ ହିନ୍ଦୋଳ ଆଡୁ ଆସୁଥିବା ଓଡ଼ି-୧୯ଏଲ୍-୬୯୩୮ ପିକଭ୍ୟାନ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।

ପିକଅପ୍ ଭ୍ୟାନ୍ କ୍ଷିପ୍ର ବେଗରେ ବାଇକକୁ ଧକ୍କା ଦେଇଥିଲା । ଫଳରେ ବାଇକ ଅରୋହୀ ପ୍ରଶାନ୍ତ ସାହୁ ଛିଟିକି ପଡିଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଥିବାବେଳେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ତ୍ରିନାଥ ସାହୁ ଗୁରୁତର ଆହତ ହେବା ସହ ତାଙ୍କ ମୁଣ୍ଡରେ ମଧ୍ୟ ଗଭୀର କ୍ଷତ ହୋଇଥିବା ସୂଚନା ମିଳିଛି । ଉଭୟଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ହିନ୍ଦୋଳ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଖବର ପାଇ ହିନ୍ଦୋଳ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡି ଦୁଇଟି ଜବତ କରି ଅଧିକ ତଦନ୍ତ ଚଳାଇଛନ୍ତି ।
ଢେଙ୍କାନାଳରୁ ଗୋପବନ୍ଧୁ ବାରିକ ହିନ୍ଦୋଳରୁ ସୁଜିତ କୁମାର ବେହେରା