ଓଡିଶା

ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ ଦେବାଶିଷ ମାଝୀ

ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ । ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅନ୍ତର୍ଗତ କେ ବରିଡ଼ା ଆର୍ ଆଇ ଦେବାଶିଷ ମାଝୀ ୫୫ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗରେ ଧରା ପଡିଥିବା ସୂଚନା ମିଳିଛି । ଅଭିଯୋଗ ଆଧାରରେ ବୁଧବାର ବ୍ରହ୍ମପୁର ଭିଜିଲାନ୍ସ ଟିମ୍ କେ ବରିଡ଼ାରେ ସଂପୃକ୍ତ ଆର୍ ଆଇଙ୍କୁ ରେଡ୍ ହ୍ୟାଣ୍ଡ ଧରିଛନ୍ତି । କେ ବରିଡ଼ା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି ।  ସୂଚନା ମୁତାବକ, ପୂର୍ବରୁ ଆର୍ ଆଇ ଦେବାଶିଷଙ୍କ ନାମରେ ବିଭିନ୍ନ ଅଭିଯୋଗ ହୋଇ ଆସୁଥିଲା । ଗତ ୨ ଦିନ ତଳେ ଗୋଟିଏ ବାଲି ଟ୍ରକକୁ ଜବତ କରିଥିଲେ ଆର୍ ଆଇ । ଟ୍ରକର ସମସ୍ତ ନଥିପତ୍ର ଠିକ୍ ଥିବା ସତ୍ତ୍ୱେ ତାଙ୍କୁ ଅର୍ଥ ଦାବି କରିଥିଲେ ଆର୍ ଆଇ । ଆର୍ ଆଇ କେ ବରିଡ଼ା ଅଞ୍ଚଳର ଟ୍ରକ ମାଲିକ ଅଜୟ କଅଁରଙ୍କ ବାଲି ଗାଡିକୁ ଜବତ କରିବା ସହିତ ରାଜସ୍ବ ଆଦାୟ ବାବଦରେ ୩୦ ହଜାର ଟଙ୍କା ଏବଂ ଲାଞ୍ଚ ବାବଦରେ ୨୫ ହଜାର ଟଙ୍କା ଦାବି କରିଥିଲେ । ଏ ନେଇ ଟ୍ରକ୍ ମାଲିକ ଅଜୟ ବ୍ରହ୍ମପୁର ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ । ଟ୍ରକ୍ ମାଲିକଙ୍କ ଅଭିଯୋଗ ମୁତାବକ ଯୋଜନା କରିଥିଲେ ଭିଜିଲାନ୍ସ ଟିମ୍ । ତେବେ ଆଜି ଟ୍ରକ ମାଲିକ ଆର୍ ଆଇଙ୍କୁ ତାଙ୍କ କାର୍ଯ୍ୟାଳୟରେ ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ବିଭାଗ ମାଡି ବସିଥିଲା । ଆର୍ ଆଇଙ୍କ ଘର ପୁଇଁତଳା ବୋଲି ସୂଚନା ମିଳିଛି । ଅପରପକ୍ଷେ ଅଧିକ ତଦନ୍ତ ପାଇଁ ଭିଜିଲାନ୍ସ ଟିମ୍ ତାଙ୍କୁ ଭଡା ଘର ସମେତ ନିଜର ପୈତୃକ ଘରକୁ ନେବ ବୋଲି ସୂଚନା ମିଳିଛି ।

ବେଗୁନିଆପଡାରୁ ବାପୁନି କୁମାର ମାଲୁ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା