ଓଡିଶା ଯ଼ୋଗାଯ଼ୋଗ

ଓଡ଼ିଶାର ବାଲେଶ୍ୱରରେ ଆକାଶ ବାଇଜୁସ୍ ପ୍ରଥମ କ୍ଲାସରୁମ୍ ସେଂଟର ଉଦ୍ଘାଟିତ

ଆକାଶ ବାଇଜୁସ୍ ପକ୍ଷରୁ ଓଡ଼ିଶାର ବାଲେଶ୍ୱରରେ ଏହାର ପ୍ରଥମ କ୍ଲାସରୁମ୍ ସେଂଟର ଉଦଘାଟିତ ହୋଇଯାଇଛି । ଏହି ନୂଆ ସେଂଟରରେ ୯ଟି କ୍ଲାସରୁମ୍ ରହିଛି ଯେଉଁଥିରେ ୮୦୦ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପାଠ ପଢ଼ିପାରିବେ । ଶ୍ରୀ ଅଜୟ ବାହାଦୁର ସିଂ, ରିଜିଓନାଲ ଡାଇରେକ୍ଟର ଆକାଶ ବାଏଜୁସର ଅନ୍ୟ ଅଧିକାରୀଙ୍କ ସହିତ ଏହି ନତୂନ କ୍ଲାସରୁମ୍ ସେଂଟରର ଉଦ୍ଘାଟନ କରିଥିଲେ । ଏହି ଅବସରରେ ଶ୍ରୀ ହରିନ୍ଦର ପାଲ୍ ସିଂ ବାଲେଶ୍ୱର ବ୍ରାଂଚ ମୁଖ୍ୟ, ଶ୍ରୀ ବିକାଶ ଦାସ, ଓଡ଼ିଶା ଆରଏସଜିଏଚ, ଶ୍ରୀ ସୂର୍ଯ୍ୟଭାନୁ ସିଂ ଓଡ଼ିଶା ଏକାଡେମିକ ଡାଇରେକ୍ଟର ଏବଂ ଶ୍ରୀ ଜୟଦୀପ ମୁଖାର୍ଜୀ, ଇଷ୍ଟ ରିଜୋନାଲ ଅପରେସନ ହେଡ ପ୍ରମୁଖ ଉପସ୍ଥିତ ଥିଲେ । ଏହା ଓଡ଼ିଶାରେ ଆକାଶ ବାଇଜୁସ୍ର ପଂଚମ କ୍ଲାସରୁମ ସେଂଟର ହୋଇଥିବାବେଳେ, ଏହାର ଅନ୍ୟ ସେଂଟରଗୁଡିକ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ଅବସ୍ଥିତ ରହିଛି ।
ବାଲେଶ୍ୱର ମଲ୍ଲୀକାଶପୁର ପ୍ରୁଫ୍ ରୋଡସ୍ଥିତ ଏସ୍ବିଆଇ ନିକଟସ୍ଥ ନାଲମଗଂଜରେ ଦି ଲ୍ୟାଣ୍ଡମାର୍କ ବିଲ୍ଡିଂର ପଂଚମ ମହଲାରେ ଅବସ୍ଥିତ ଏହି ଆକାଶ ବାଇଜୁସ୍ ସେଂଟର ଇଞ୍ଜିନିୟରିଂ, ଡାକ୍ତରୀ ଏବଂ ଫାଉଣ୍ଡେସନ ସ୍ତରୀୟ ପାଠ୍ୟକମ୍ର ନିମନ୍ତେ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ପୂରଣ କରିବା ସହିତ ସେମାନଙ୍କ ମୂଳଦୁଆ ସୁଦୃଢ କରିବ ଏବଂ ସେମାନଙ୍କୁ ଅଲିମ୍ପିଆଡ ଭଳି ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ଦିଗରେ ସହାୟତା କରିବ । ସମ୍ପ୍ରତି ଆକାଶ ବାଇଜୁସ୍ ନିଜର ସର୍ବଭାରତୀୟ ନେଟୱାର୍କ ସେଂଟରଗୁଡିକ ଜରିଆରେ ସମଗ୍ର ଦେଶରେ ଗୁଣାତ୍ମକ ଶିକ୍ଷା ଯୋଗାଉଥିବା ନେଇ ସୁପରିଚିତ ହୋଇଛି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା