ସାତକୋଶିଆ ଗଣ୍ଡକୁ ‘ରାମସର ସାଇଟ୍’ ମାନ୍ୟତା ମିଳିବା ପରେ ଜିଲ୍ଲାରେ ଖୁସିର ଲହରୀ

ସାତକୋଶିଆ ଗଣ୍ଡକୁ ମିଳିଲା ‘ରାମସର ସାଇଟ୍’ର ମାନ୍ୟତା । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟ ପକ୍ଷରୁ ଏପରି ଘୋଷଣା କରାଯାଇଛି । ବିଶ୍ୱର ଆର୍ଦ୍ରଭୂମିକୁ ସୁରକ୍ଷିତ ରଖିବା ହେଉଛି ‘ରାମସର ସାଇଟ୍’ ଘୋଷଣାର ଉଦ୍ଦେଶ୍ୟ । ଆନ୍ତର୍ଜାତୀୟ ସ୍ତରରେ ଏହା ଏକ ବଡ଼ ପଦକ୍ଷେପ ହୋଇଥିବାବେଳେ ଆର୍ଦ୍ରଭୂମିର ଗୁରୁତ୍ଵକୁ ଦୃଷ୍ଟିରେ ରଖି ୟୁନେସ୍କୋ ଏହି ମାନ୍ୟତା ପ୍ରଦାନ କରିଥାଏ ।

ଦେଶର ମୋଟ୍ ୧୦ଟି ଆର୍ଦ୍ରଭୂମିକୁ ଏହି ମାନ୍ୟତା ଦିଆଯାଇଛି । ସେଥିମଧ୍ୟରୁ ସାତକୋଶିଆ ଗଣ୍ଡର ନାଁ ମଧ୍ୟ ରହିଛି । ସାତକୋଶିଆ ଗଣ୍ଡକୁ ‘ରାମସର ସାଇଟ୍’ ମାନ୍ୟତା ମିଳିବା ପରେ ଏହାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଦେଖାଦେଇଛି ପ୍ରବଳ ଉତ୍ସାହ ।

ଏଯାବତ୍ ସମଗ୍ର ଭାରତରେ ୬୪ଟି ଅଞ୍ଚଳ ‘ରାମସର ସାଇଟ୍’ ମାନ୍ୟତା ପାଇସାରିଛି । ପୂର୍ବରୁ ଓଡ଼ିଶାର ଚିଲିକା ଓ ଭିତରକନିକା ଅଂଚଳକୁ ଏହି ମାନ୍ୟତା ମିଳିଥିଲା । ତୃତୀୟ ସ୍ଥାନ ଭାବେ ରାଜ୍ୟର ସାତକୋଶିଆକୁ ଏହି ମାନ୍ୟତା ମିଳିଛି ।