ଓଡିଶା

ଜୀବନ ଚାଲିଗଲେ ବି ଜଙ୍ଗଲରେ କୁଆଁରୀ କରାଇନଦେବାକୁ ଜିଦ୍, ସରକାରୀ ପ୍ରକଳ୍ପ ପାଇଁ ୧୫ ଏକର ଜଙ୍ଗଲ ଅକ୍ସନରେ ଦେଇ ଅଡ଼ୁଆରେ ପ୍ରଶାସନ

ଭାରତମାଳା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ପାଇଁ ଗାଁକୁ ଲାଗି ରହିଥିବା ଜଙ୍ଗଲରୁ ୧୫ ଏକର ଜଙ୍ଗଲ ଅକ୍ସନରେ ଦେଇ ଅଡ଼ୁଆରେ ପ୍ରଶାସନ । ପ୍ରଶାସନର ଏହି ନିଷ୍ପତିକୁ ବିରୋଧ କରି ଚାରିଖଣ୍ଡ ଗାଁର ଲୋକେ ଘଟଣା ସ୍ଥଳରେ ଏକଜୁଟ୍ ହୋଇ ଏହାକୁ ଦୃଢ ବିରୋଧ କରିଛନ୍ତି । ଖବର ପାଇ ବୋରିଗୁମ୍ମା ପୋଲିସ ଏବଂ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ବିଫଳ ହୋଇ ଘଟଣା ସ୍ଥଳରୁ ଫେରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ବୋରିଗୁମ୍ମା ବ୍ଲକ ଖୁପିଆ ଗ୍ରାମରେ । ରାୟପୁରଠାରୁ ବିଶାଖାପାଟଣା ଭାରତମାଳା ରାସ୍ତାକାମ ଜୋର ସୋରରେ ଚାଲୁଛି । ଆଉ ଏହି କାମ ପାଇଁ ସରକାର ୧୦ ଏକର ଅନାବାଦୀ ଜାଗାକୁ କ୍ରସର ପାଇଁ ଅକ୍ସନରେ ଦେଇଛନ୍ତି । ସେହି ସ୍ଥାନରେ କ୍ରସର ବି ବସିଛି । ତେବେ କ୍ରସରକୁ ବିରୋଧ କରୁ ନାହାନ୍ତି ଗ୍ରାମବାସୀ ବରଂ ତାକୁ ଲାଗି ଆଉ ୫ଏକର ଜଙ୍ଗଲକୁ ପଥର ଉତ୍ତୋଳନ ପାଇଁ ଅକ୍ସନରେ ଦେବା ଘଟଣାକୁ ଗ୍ରାମବାସୀ ବିରୋଧ କରିଛନ୍ତି ।

ଗାଁକୁ ଲାଗି ରହିଛି ୭୦ ଏକର ଗ୍ରାମ୍ୟ ଜଙ୍ଗଲ । ସେଥିରୁ ଜଙ୍ଗଲ ଜାତ ଦ୍ରବ୍ୟ ଏବଂ କେନ୍ଦୁପତ୍ର ତୋଳି ପ୍ରାୟ ୨୦୦ ପରିବାର ଉପକୃତ ହୋଇଥାଆନ୍ତି । ଏହାବାଦ୍ କୁଆଁରୀ ପାଇଁ ଦେଇଥିବା ପାହାଡ଼କୁ ଲାଗି ରହିଛି ଡଙ୍ଗର ଦେବୀ ମନ୍ଦିର । ବର୍ଷ ବର୍ଷ ଧରି ମୁଣ୍ଡିଗୁଡ଼ା ପାହାଡ଼ ଉପରେ ମା ଡଙ୍ଗର ଦେବୀ ପୂଜା ପାଉଛନ୍ତି । କୁଆଁରୀ ଚାଲିଲେ ପର୍ବତରେ ପଥର ବ୍ଲାଷ୍ଟିଂ ହେବ । ପାହାଡ଼କୁ ଲାଗି ଗାଁ ସ୍କୁଲ ରହିଛି । ଏଣୁ କୁଆଁରୀ ହେଲେ ଜନ-ଜୀବନ ଆଉ ଜୀବିକା ପ୍ରଭାବିତ ହେବ । ଏଣୁ କୁଆଁରୀକୁ ବିରୋଧ କରିଛନ୍ତି ଚାରିଖଣ୍ଡ ଗାଁର ଲୋକ । ଜୀବନ ଚାଲିଗଲେ ବି ଜଙ୍ଗଲରେ କୁଆଁରୀ କରିବାକୁ ଦେବୁନି ବୋଲି ଜିଦ୍ କରିଛନ୍ତି ଗ୍ରାମବାସୀ । ଏ ନେଇ ଗ୍ରାମବାସୀ ଅନେକ ଥର ଜିଲ୍ଲାପାଳଙ୍କ ନିକଟକୁ ଯାଇ କୁଆଁରୀ ନକରିବା ପାଇଁ ଦାବି ମଧ୍ୟ କରିଛନ୍ତି । ତେବେ ଗ୍ରାମବାସୀଙ୍କ ବିରୋଧ ସତ୍ତ୍ୱେ ସରକାରୀ ପ୍ରକଳ୍ପ  ନିର୍ମାଣ ଆଳରେ ପଥର ବ୍ଲାଷ୍ଟିଂ ପାଇଁ ଅକ୍ସନ କରିଛି ପ୍ରଶାସନ ।

ଅପରପକ୍ଷେ ସବୁ କିଛି ନିୟମ ଅନୁସାରେ ହେଉଛି ବୋଲି କହିଛନ୍ତି ଭାରତମାଳା କର୍ତ୍ତୁପକ୍ଷ । ସେପଟେ ଏହି ସ୍ଥାନରେ ପଥର ବ୍ଲାଷ୍ଟିଂ ହେଲେ ମନ୍ଦିରର କିଛ କ୍ଷତି ହେବନି କି ଲୋକଙ୍କୁ କିଛି ଅସୁବିଧା ହେବନି ବୋଲି କହିଛନ୍ତି ବୋରିଗୁମ୍ମା ତହସିଲଦାର ସୁବାସ ଚନ୍ଦ୍ର ରଇତ । ସରକାରୀ ପ୍ରକଳ୍ପ ନିର୍ମାଣ ପାଇଁ ସରକାରୀ ଜାଗା ଚିହ୍ନଟ ହୋଇଛି । ହେଲେ ଚିହ୍ନଟ ଜାଗାକୁ ନେଇ ଗ୍ରାମବାସୀଙ୍କ ବିରୋଧ ଏବେ ପ୍ରଶାସନକୁ ହରଡ଼ଘଣାରେ ପକାଇଛି l

ବୋରିଗୁମ୍ମାରୁ ବିଘ୍ନେଶ୍ବର ଷଡଙ୍ଗୀ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା