ଓଡିଶା

ଭୁବନେଶ୍ୱରରୁ ଜୟପୁରକୁ କେବେଠାରୁ ନିୟମିତ ବିମାନ ସେବା ଆରମ୍ଭ ହେବ କାହା ପାଖରେ ନାହିଁ ଉତ୍ତର; ବିନା ଯାତ୍ରୀରେ ପରୀକ୍ଷମୂଳକ ଭାବେ ଭୁବନେଶ୍ୱରରୁ ଜୟପୁରକୁ ଉଡିଲା ବିମାନ,

ଜୟପୁରରୁ ନିୟମିତ ବିମାନ ସେବା ଆରମ୍ଭ ନେଇ ଏବେ ବି ଲାଗି ରହିଛି ଅନିଶ୍ଚିତତା । ପରୀକ୍ଷା ମୂଳକ ଭାବେ ଆଜି ୯ ସିଟ୍ ବିଶିଷ୍ଟ ବିମାନ ଭୁବନେଶ୍ୱରରୁ ଜୟପୁର ମଧ୍ୟରେ ଉଡାଣ ଭରିଥିଲେ ବି ଆଜି ଯାଏଁ DGCA ର ଅନୁମତି ମିଳିଲା ନାହିଁ । ସେହିପରି ଏୟାରପୋର୍ଟ  ଭିତ୍ତିଭୂମିରେ କିଛି ତ୍ରୁଟିଥିବା କଥା ମଧ୍ୟ ଆଜିର ପରୀକ୍ଷା ମୂଳକ ଉଡାଣରେ ସାମ୍ନାକୁ ଆସିଛି । ଏସବୁ ତ୍ରୁଟି ସୁଧାରିବା ପରେ ହିଁ ନିୟମିତ ବିମାନସେବା ଆରମ୍ଭ ହୋଇ ପାରିବ ବୋଲି ସୂଚନା ମିଳିଛି । ସେପଟେ ବିମାନସେବା ବିଳମ୍ବକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।

ଦିନ ପରେ ଦିନ ଗଡୁଛି । ଜଣଙ୍କ ପରେ ଆଉ ଜଣେ ଅଧିକାରୀ ଆସି ଜୟପୁର ଏୟାରପୋର୍ଟରେ ସ୍ଥିତି ସମୀକ୍ଷା କରୁଛନ୍ତି । ତଥାପି କେବେଠାରୁ ନିୟମିତ ବିମାନ ସେବା ଆରମ୍ଭ ହେବ ତାହାର ଉତ୍ତର କାହା ପାଖରେ ନାହିଁ । ଆଜି ପରୀକ୍ଷାମୂଳକ ଭାବେ ଭୁବନେଶ୍ୱରରୁ ଜୟପୁରକୁ ୯ ସିଟ୍ ବିଶିଷ୍ଟ ବିମାନ ଉଡାଣ ଭରିଥିଲେ ବି ଜୟପୁର ବିମାନ ବନ୍ଦରରେ ଅନେକ ତ୍ରୁଟି ଥିବା କଥା DGCA କହିଛି । ତେଣୁ ନିୟମିତ ଯାତ୍ରୀବାହୀ ବିମାନ ଚଳାଚଳ ପାଇଁ ଅନୁମତି ଦେଉନି DGCA । ଆଉ ଏକଥା ସ୍ପଷ୍ଟ କରିଛନ୍ତି ଜୟପୁର ଏୟାରପୋର୍ଟ ମ୍ୟାନେଜର ଓ ଜୟପୁର ଉପଜିଲ୍ଲାପାଳ । ଆଜି ଘରୋଇ ଇଣ୍ଡିଆ ଓ୍ବାନ୍ ଏୟାରର ୪ଜଣ ଅଧିକାରୀ ପରୀକ୍ଷା ମୂଳକ ଭାବେ ୯ ସିଟ୍ ବିଶିଷ୍ଟ ବିମାନ ଭୁବନେଶ୍ୱରରୁ ଦିନ ୧୦ଟାରେ ଉଡାଣ ଭରି ଜୟପୁରରେ ଦିନ ୧୧.୩୫ ମିନିଟରେ ପହଞ୍ଚିଥିଲା । ସେହିପରି ଦିନ ୧୨.୩୦ରେ ପୁଣିଥରେ ଜୟପୁର ବିମାନ ବନ୍ଦରରୁ ଉଡାଣ ଭରି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲା । ଏଠାରେ ଥିବା ଭିତ୍ତିଭୂମିରେ ସୁଧାର ଆସିବା ପରେ ହିଁ ନିୟମିତ ଯାତ୍ରୀ ସେବା ଆରମ୍ଭ ହୋଇ ପାରିବ । ତେବେ ଏହା କେବେ ହେବ ଏହାର ଉତ୍ତର କାହା ପାଖେ ନାହିଁ ।

ସେପଟେ ଆଜିର ପରୀକ୍ଷା ମୂଳକ ଭାବେ ଆରମ୍ଭ ହୋଇଥିବା ବିମାନ ଉଡାଣ ଯାତ୍ରୀଙ୍କ ପାଇଁ ନଥିଲା । ଏପରିକି ଏୟାରପୋର୍ଟ ଭିତରକୁ ଯିବା ପାଇଁ ଗଣମାଧ୍ୟମକୁ ଅନୁମତି ନଥିଲା । ତଥାପି କିଛି ଯାତ୍ରୀ ଟିକେଟ୍ ଆଶାରେ ଏୟାରପୋର୍ଟକୁ ଆସିଥିଲେ । ହେଲେ ଯାତ୍ରୀ ସେବା ଆରମ୍ଭ ହୋଇନଥିବା ଜାଣି ମନ ଦୁଃଖରେ ଘରକୁ ଫେରିଥିଲେ । ଉଡାଣ ଯୋଜନାରେ ଜୟପୁର ଏୟାରଷ୍ଟ୍ରିପକୁ କେନ୍ଦ୍ର ସରକାର ସାମିଲ କରି ଏହାକୁ ନିୟମିତ ଏୟାରପୋର୍ଟରେ ରୁପାନ୍ତରିତ କରିଛନ୍ତି । ପ୍ରଥମେ ୯ ସିଟ୍ ବିଶିଷ୍ଟ ଉଡାଜାହାଜ ଯାତ୍ରୀ ସେବା ଆରମ୍ଭ ହେବାକୁ ଥିବାବେଳେ ପରବର୍ତ୍ତୀ ସମୟରେ ଏଠାରୁ ୭୨ ସିଟ୍ ବିଶିଷ୍ଟ ବିମାନ ସେବା ଆରମ୍ଭ ହେବାର ଯୋଜନା ରହିଛି । ଆଉ ଏହାଦ୍ବାରା ପୁରା ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ପଡୋଶୀ ଛତିଶଗଡ଼ ଓ ଆନ୍ଧ୍ରର ଲୋକ ବି ଉପକୃତ ହୋଇପାରିବେ ।

୪ ବର୍ଷ ତଳୁ ଜୟପୁର ଏୟାରଷ୍ଟ୍ରିପକୁ ଉଡାଣ ଯୋଜନାରେ ସାମିଲ କରି ଏୟାରପୋର୍ଟରେ ରୁପାନ୍ତରିତ କାମ ଚାଲିଛି । ତଥାପି ଏଠାରେ ନା କାମ ସରୁଛି ନା ବିମାନ ସେବା ଆରମ୍ଭ ହୋଇ ପାରୁଛି । ଯାହାକୁ ନେଇ ଲୋକେ ଅସନ୍ତୋଷ ଜାହିର କରିଛନ୍ତି । ତେବେ ଆଜିର ପରୀକ୍ଷାମୂଳକ ଉଡାଣ ପରେ ଏ କଥା ସ୍ପଷ୍ଟ ଯେ ନିୟମିତ ବିମାନ ସେବା ପାଇଁ ଏଠାକାର ଲୋକଙ୍କୁ ଆହୁରି କିଛି ଦିନ ଅପେକ୍ଷା କରିବାକୁ ପଡିବ ।

ଜୟପୁରରୁ ସୁନୀଲ ଦାଶ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା