ଛାତ୍ରବତ୍ସଳ ଶିକ୍ଷକ କାହ୍ନୁଚରଣ ପରିଡାଙ୍କ ବିୟୋଗରେ ଶୋକର ଛାୟା

ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଦୁଡପଳ ପଞ୍ଚାୟତ ଅଧିନସ୍ଥ କିଆର୍ଦ୍ଦା ଗ୍ରାମର ନିବାସୀ ତଥା ଜଣେ ଛାତ୍ରବତ୍ସଳ ପ୍ରଧାନ ଶିକ୍ଷକ କାହ୍ନୁଚରଣ ପରିଡାଙ୍କ ତାଙ୍କ ବାସଭବନରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 84 ବର୍ଷ ବୟସ ହୋଇଥିଲା । ସ୍ବର୍ଗତଃ କାହ୍ନୁଚରଣଙ୍କ ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ତିନି ପୁଅ, ବୋହୂ, ପୁତୁରା, ପୁତୁରାବଧୂ, ଝିଅ, ଜ୍ବାଇଁ, ନାତି, ନାତୁଣୀ, ଭାଇ ଓ ଭାଉଜମାନେ ଉପସ୍ଥିତ ଥିଲେ । ସେ ଜଣେ ଆଦର୍ଶ ଶିକ୍ଷକ, ପରୋପକାରୀ, ଧର୍ମପରାୟଣ, ଛାତ୍ରବତ୍ସଳ, ଦାୟାବାନ୍ ଓ ଜ୍ଞାନବାନ୍ ବ୍ୟକ୍ତି ଭାବେ ସମାଜରେ ବେଶ୍ ପ୍ରତିଷ୍ଠା ଲାଭ କରିଥିଲେ । ତାଙ୍କର ବିୟୋଗରେ ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଗ୍ରାମବାସୀ, ବନ୍ଧୁପରିଜନଙ୍କ ସମେତ ଅନେକ ଛାତ୍ରଛାତ୍ରୀ ଉପସ୍ଥିତ ରହି ତାଙ୍କର ମରଶରୀରକୁ ଗ୍ରାମ ପରିକ୍ରମା କରାଇ ନାମ ସଂକୀର୍ତ୍ତନ ମାଧ୍ୟମରେ ତାଙ୍କର ସଂସ୍କାର କରାଇଛନ୍ତି । ବଡ ପୁଅ ମୃତ୍ୟୁଞ୍ଜୟ ପରିଡା ସ୍ବର୍ଗତଃ କାହ୍ନୁଚରଣଙ୍କୁ ମୁଖାଗ୍ନି ଦେଇଥିଲେ । ଜନ୍ମମାଟିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।