ଓଡିଶା

୮ଟି ଶ୍ରେଣୀର ଦେଢଶହ ପିଲାଙ୍କ ପାଇଁ ଶିକ୍ଷକ ସଂଖ୍ୟା ୩, ଅନ୍ଧକାରରେ ରହିଛି ପିଲାଙ୍କ ଭବିଷ୍ୟତ

ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରାଇବାକୁ ରାଜ୍ୟ ସରକାର ୫-ଟି ଅଧିନରେ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ଦେଖା ସୁନ୍ଦର ବଉଳା ଗାଇ ଭଳି ରହିଯାଉଛି ଶିକ୍ଷା ବ୍ୟବସ୍ଥା । ବିଦ୍ୟାଳୟ ତ ରୂପାନ୍ତରିକରଣ ହେଉଛି, ହେଲେ ଭିତରେ ଶିକ୍ଷା ବ୍ୟବସ୍ଥା କେମିତି ହେବ ସେଥିପ୍ରତି କାହାର ନଜର ନାହିଁ । ବିଦ୍ୟାଳୟ ଅଛି ହେଲେ ଶିକ୍ଷକ ନାହାନ୍ତି । ଏମିତିରେ କେମିତି ପିଲାଙ୍କ ଭବିଷ୍ୟତ ଗଢି ହେବ ତାକୁ ନେଇ ଚିନ୍ତାରେ ଅଭିଭାବକଙ୍କ ସହ ସ୍ଥାନୀୟ ବାସିନ୍ଦା । ଆଉ ପିଲାଙ୍କ ଭବିଷ୍ୟତକୁ ସୁଦୃଢ କରିବାକୁ ଅଂଟା ଭିଡି ସରକାରଙ୍କୁ ବିଦ୍ୟାଳୟର ସମସ୍ୟା ସମ୍ପର୍କରେ ଜଣାଇବା ଲାଗି ତତଲା କଂକ୍ରିଟ ଉପରେ ବସି ବିକ୍ଷୋଭ କରୁଛନ୍ତି ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ । ଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଏଭଳି ବିକଳ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ସାରିଆପଡା ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।

ସାରିଆପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବାବେଳେ ସେଠାରେ ପାଠ ପଢନ୍ତି ଦେଢଶହରୁ ଅଧିକ ଛାତ୍ରଛାତ୍ରୀ । ହେଲେ ବିଦ୍ୟାଳୟରେ ଶିକ୍ଷକ ସଂଖ୍ୟା ମାତ୍ର ୩ । ସେଥିମଧ୍ୟରୁ ଜଣେ ପ୍ରଧାନ ଶିକ୍ଷକ ଥିବାବେଳେ, ଜଣେ ରେଗୁଲାର ଶିକ୍ଷକ ଅଛନ୍ତି । ଆଉ ଅନ୍ୟଜଣେ ଶିକ୍ଷକ ଡେପୁଟେସନରେ ଅଛନ୍ତି । ତେଣୁ ବିଦ୍ୟାଳୟର ଭାର ଦୁଇ ଜଣ ଶିକ୍ଷକଙ୍କ ଉପରେ ନ୍ୟସ୍ତ । ପିଲାଙ୍କୁ ଉନ୍ନତ ଶିକ୍ଷା ଯୋଗାଇବା ଲାଗି ଅଧିକ ଶିକ୍ଷକ ନିଯୁକ୍ତି ଦାବି ନେଇ ସ୍ଥାନୀୟ ଲୋକପ୍ରତିନିଧିଙ୍କ ସମେତ ଗ୍ରାମବାସୀ, ଜିଲ୍ଲା ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଜୁଲାଇ ୨୧ ତାରିଖରେ ଲିଖିତ ଭାବେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଆସନ୍ତା ସାତ ଦିନ ଭିତରେ ଶିକ୍ଷକ ନିଯୁକ୍ତି କରିବା ପାଇଁ କର୍ତୁପକ୍ଷ ପ୍ରତିଶ୍ରୁତି ଦେଇଥିଲେ ହେଁ ତାହା ପୂରଣ ହୋଇପାରିଲା ନାହିଁ । ଫଳରେ ବାଧ୍ୟ ହୋଇ ବିଦ୍ୟାଳୟ ଗେଟ୍ ସମ୍ମୁଖରେ ତାଲା ପକାଇ ଧାରଣା ଦେଲେ ଅଭିଭାବକଙ୍କ ସମେତ ଗ୍ରାମବାସୀ ଏବଂ ଲୋକପ୍ରତିନିଧି ।

ଏ ବାବଦରେ ଆମ ପ୍ରତିନିଧି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ କୌଣସି ପ୍ରତିକ୍ରିୟା ମିଳି ପାରିନଥିଲା । ପରେ ଓଡାପଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତୁନୁ ମଲ୍ଲିକଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଆମେ ପ୍ରପୋଜାଲ ଦେଇଛୁ ଯଥାଶୀଘ୍ର ସମାଧାନ ହେବ । ତେବେ ଦେଖାଯାଉ ପରବର୍ତ୍ତୀ ସମୟରେ ଆମ ସରକାର ସାରିଆପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ କି ପଦକ୍ଷେପ ଗ୍ରହଣ କରୁଛନ୍ତି ।

ଓଡାପଡାରୁ ଗୋପବନ୍ଧୁ ବାରିକ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା