ଓଡିଶା

ସାଲେପୁର କଟକ ଚାନ୍ଦବାଲି ରାସ୍ତା କଳାଗ୍ନୀ ଛକ ନିକଟରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା

ସାଲେପୁର କଟକ ଚାନ୍ଦବାଲି ରାସ୍ତା କଳାଗ୍ନୀ ଛକ ନିକଟରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା । ସାର ବୋଝେଇ ପିକଅପ୍ ଭ୍ୟାନ ଓ ମହିନ୍ଦ୍ରା ସୁପ୍ରୋ ଗାଡି ମୁହାଁମୁହିଁ ଧକ୍କା । ଘଟଣା ସ୍ଥଳରେ ତିନି ଜଣ ଗୁରୁତର ଥିବାବେଳେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ।

ସୂଚନା ମୁତାବକ, କଟକ ଆଡୁ ପଟାମୁଣ୍ଡାଇ ଅଭିମୁଖେ ଏକ ମହିନ୍ଦ୍ରା ସୁପ୍ରୋ ଗାଡିରେ କିଛି ଯାତ୍ରୀ ଆସୁଥିବା ସମୟରେ ସାମ୍ନାରୁ ଆସୁଥିବା ଏକ ସାର ବୋଝେଇ ପିକଅପ ଭ୍ୟାନ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ତିନି ଜଣ ଗୁରୁତର ହୋଇଥିବାବେଳେ ଜଣେ ମହିଳାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି l

ଖବର ପାଇ ସାଲେପୁର ଅଗ୍ନିଶମ କର୍ମଚାରୀ ଓ ସାଲେପୁର ଥାନ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିମାନଙ୍କୁ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇବା ସହ ରୋଡ଼ରେ ପଡି ରହିଥିବା ଗାଡି ସାଇଡ୍ କରି ରାସ୍ତା ଜାମ୍ ହଟାଇଛି ।

ସାଲେପୁରରୁ ଅଭୟ ଜେନା

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା